Latest Odisha News

BREAKING NEWS

କଡାକଡ଼ି ହେବ ଯୁକ୍ତଦୁଇ ପରୀକ୍ଷା: ପ୍ରଶ୍ନପତ୍ରରେ ଚିହ୍ନ ମାରିଲେ କରାଯିବ ବୁକ୍ !

ଭୁବନେଶ୍ୱର: ମାର୍ଚ୍ଚ ୩ରୁ ଯୁକ୍ତଦୁଇ ପରୀକ୍ଷା ଆରମ୍ଭ । ତେବେ ଚଳିତବର୍ଷ ପରୀକ୍ଷାକେନ୍ଦ୍ରଗୁଡିକରେ ନିୟମ କଡାକଡ଼ି କରାଯିବ । ଏଥିପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ନିୟମାବଳୀ । ଚଳିତବର୍ଷ ପରୀକ୍ଷାକେନ୍ଦ୍ର ଭିତରକୁ ମୋବାଇଲ ଏବଂ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ସେହିପରି ପରୀକ୍ଷାର୍ଥୀମାନେ ପରୀକ୍ଷା ଚାଲିଥିବା ସମୟରେ ପରୀକ୍ଷାକେନ୍ଦ୍ର ମଧ୍ୟରେ ପ୍ରଶ୍ନପତ୍ରରେ କୌଣସି ଚିହ୍ନ ନଦେବାକୁ ପରାମର୍ଶ ଦିଆଯାଇଛି । ଯଦି ପରୀକ୍ଷା ସମୟରେ କୌଣସି ପରୀକ୍ଷାର୍ଥୀ ପ୍ରଶ୍ନପତ୍ରରେ ଚିହ୍ନ ଦେଇଥିବା ଜଣାପଡ଼େ ତେବେ ସେ କପି କରୁଥିବା ଧରାଯାଇ ତାକୁ ଏମ୍‌ପି (ମାଲ୍ ପ୍ରାକ୍ଟଟିସ୍‌) ବୁକ୍‌ରେ ବୁକ୍ କରାଯିବ । ପରୀକ୍ଷାକେନ୍ଦ୍ରକୁ ପ୍ରବେଶ ପୂର୍ବରୁ ସମସ୍ତ ଅଧିକାରୀ, ଅବଜର୍ଭର, ସ୍କ୍ୱାଡ ମେମ୍ବର, ଜିଲ୍ଲା ପ୍ରଶସନିକ ଅଧିକାରୀ ଏବଂ ଅନ୍ୟ କର୍ମଚାରୀମାନେ ସେଣ୍ଟର ସୁପରିଟେଣ୍ଡେଟଙ୍କ ନିକଟରେ ମୋବାଇଲ ଫୋନ ଦାଖଲ କରିବାକୁ କଡ଼ା ନିୟମ କରାଯାଇଛି । ଏହାସହିତ ପରୀକ୍ଷା ଶେଷ ପୂର୍ବରୁ ପରୀକ୍ଷାକେନ୍ଦ୍ର ଛାଡ଼ିଲେ ପରୀକ୍ଷାର୍ଥୀମାନେ ପ୍ରଶ୍ନପତ୍ର ସାଙ୍ଗରେ ନେଇପାରିବେ ନାହିଁ ବୋଲି ନିୟମ କରାଯାଇଛି ବୋଲି ଶନିବାର +୨ ପରିଷଦ ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ସୂଚନା ଦେଇଛନ୍ତି ।

ଶ୍ରୀ ସାହୁ କହିଛନ୍ତି ଯେ, ପରୀକ୍ଷା ମାର୍ଚ୍ଚ ୩ରୁ ଆରମ୍ଭ ହୋଇ ୨୮ରେ ଶେଷ ହେବ । ସେଥିରୁ କଳାରେ ୨,୨୦୪୩୭ଜଣ, ବିଜ୍ଞାନରେ ୯୭,୫୪୬ ଜଣ, ବାଣିଜ୍ୟରେ ୨୫,୭୮୫ ଏବଂ ଧନ୍ଦାମୂଳକରେ ୭,୦୩୨ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଏଥିରେ ମୋଟ ୨୦ଟି କାର୍ଯ୍ୟ ଦିବସ ରହିଛି । ଚଳିତବର୍ଷ ମୋଟ୍ ୩ଲକ୍ଷ ୫୦ହଜାର ୮୦୦ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ପ୍ରଶ୍ନପତ୍ର ଲାଗି ୨୦୨ଟି ହବ୍ କେନ୍ଦ୍ର ହୋଇଥିବା ବେଳେ ୧୧୪୩ଟି ପରୀକ୍ଷାକେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ପରୀକ୍ଷା ପରିଚାଳନା ହବ୍‌କୁ ପ୍ରଶ୍ନପତ୍ର ପଠାଇ ଦିଆଯାଇଛି । ସବୁ କେନ୍ଦ୍ରରେ ସିସି କ୍ୟାମେରା ବ୍ୟବସ୍ଥା ହୋଇଛି । ତେବେ ପ୍ରଥମ ପର୍ଯ୍ୟାୟ ପ୍ରଶ୍ନପତ୍ର ପଠାଯାଇଥିବା ବେଳେ ୨ୟ ପର୍ଯ୍ୟାୟରେ ମାର୍ଚ୍ଚ ୧୧ରେ ପ୍ରଶ୍ନପତ୍ର ପଠାଯିବ ।

ସୁରକ୍ଷା ଲାଗି ପୁଲିସ ବନ୍ଦୋବସ୍ତ କରିବାକୁ ଏବଂ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବା ସମୟରେ ଏବଂ ଉତ୍ତରଖାତା ଆସିବା ସମୟରେ ପୁଲିସ ସୁରକ୍ଷା ଯୋଗାଇବା ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ଚଳିତବର୍ଷ ସକାଳ ୯ଟା୩୦ ସୁଦ୍ଧା ପ୍ରଶ୍ନପତ୍ର ପରୀକ୍ଷାକେନ୍ଦ୍ରରେ ପହଞ୍ôଚବ । ୧୦ଟାରେ ପରୀକ୍ଷା ଆରମ୍ଭ ହେବ । ୧୫ମିନିଟ ପୂର୍ବରୁ ପରୀକ୍ଷାର୍ôଥମାନେ ହଲରେ ବସିବେ । ୧୦ଟାରେ ପ୍ରଶ୍ନପତ୍ର ବଣ୍ଟାଯିବ । ୧୫ମିନଟ୍ ମଧ୍ୟରେ ବଳକା ପ୍ରଶ୍ନପତ୍ର ସିଲ କରାଯିବ । ୧୦ଟା୩୦ପରେ କୌଣସି ପରୀକ୍ଷାର୍ଥୀଙ୍କୁ ପରୀକ୍ଷାକେନ୍ଦ୍ରକୁ ଯିବା ପାଇଁ ଅନୁମତି ମିଳିବ ନାହିଁ ।

ପରୀକ୍ଷାର୍ଥୀମାନେ କଳା ବଲ୍ ପେନ୍ ବ୍ୟବହାର କରିବେ । ନିର୍ଦ୍ଦିଷ୍ଟ ସ୍ଥାନରେ ଣୋଲ ନଂ ଏବଂ ରେଜିଷ୍ଟ୍ରେସନ ନମ୍ବର ଲେଖିବେ । ପ୍ରଶ୍ନପତ୍ରରେ କିଛି ଲେଖିବେ ନାହିଁ । ଉତ୍ତରଖାତାର ବଳକା ଫର୍ଦ୍ଦରେ କ୍ରସ ମାର୍କ କରିବାକୁ ନିର୍ଦ୍ଦେଶ ରହିଛି ।

Leave A Reply

Your email address will not be published.