Latest Odisha News

BREAKING NEWS

ଭୁବନେଶ୍ୱରରେ EY ଟେକ୍ନୋଲୋଜି ହବ୍ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ରାଜ୍ୟରେ ଆହୁରି ବିସ୍ତାର ହେବ ଆଇଟି ଇକୋସିଷ୍ଟମ । ଯାହାକୁ ନେଇ ଭୁବନେଶ୍ୱର ସ୍ଥିତ ଚନ୍ଦକା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟର ଓ-ହବରେ EY ଟେକ୍ନୋଲୋଜି ହବ୍ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । EY ଟେକ୍ନୋଲୋଜି ସେଣ୍ଟର ଓଡ଼ିଶାରେ ଆରମ୍ଭ ହୋଇଥିବାରୁ ଏହା ନିଶ୍ଚିତତା, ଟିକସ, ରଣନୀତି, କାରବାର ଏବଂ ପରାମର୍ଶ ସେବାରେ ବିଶ୍ୱସ୍ତରୀୟ ସେବା ପ୍ରଦାନ କରିବାରେ ସହାୟକ ହେବ ।

ବର୍ତ୍ତମାନ ଭୁବନେଶ୍ୱରକୁ ଭାରତର ୧୫ ତମ ଉପସ୍ଥିତି ସହର ଭାବରେ EY ଯୋଡିଛନ୍ତି । ଯାହା ରାଜ୍ୟର ବଢୁଥିବା ଆର୍ଥିକ ପ୍ରବୃତ୍ତି ଏବଂ ବ୍ୟବସାୟିକ ଦୃଶ୍ୟ ପ୍ରତି ପ୍ରତିବଦ୍ଧତା ପ୍ରଦର୍ଶନ କରିବାକୁ ଯାଉଛି ବୋଲି EY ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ O-Hub ରେ ୧୫ ହଜାର ବର୍ଗଫୁଟ ଅତ୍ୟାଧୁନିକ ଭିତ୍ତିଭୂମି ସହ ଭୁବନେଶ୍ୱରରେ EY ର ବିସ୍ତାରିତ ଉପସ୍ଥିତି ଓଡିଶା ପାଇଁ ସୁଯୋଗ ସୃଷ୍ଟି କରିବା ସହିତ କମ୍ପାନୀକୁ ଓଡିଶାର ବୈଷୟିକ ଶିକ୍ଷାଗତ ପରିବେଶରୁ ସମ୍ଭାବ୍ୟ ପ୍ରତିଭାକୁ ବ୍ୟବହାର କରିବାରେ ସକ୍ଷମ କରିବ ।

ଏହି EY ଇଣ୍ଡିଆ ବର୍ତ୍ତମାନ ୧୫ ଟି ସହରରେ କାର୍ଯ୍ୟ ଆରମ୍ଭ କରିଛି । ବିଶେଷକରି ବାଙ୍ଗାଲୋର, , ହାଇଦ୍ରାବାଦ, ଚଣ୍ଡିଗଡ଼, ଚେନ୍ନାଇ, ଅହମ୍ମଦାବାଦ, କୋଚି, ଜୟପୁର, ଜାମସେଦପୁର, ମୁମ୍ବାଇ, କୋଲକାତା, ଏନସିଆର ନୂଆଦିଲ୍ଲୀ, ଗୁରୁଗାଓଁ, ନୋଏଡା, ପୁନେ ଏବଂ ଭୁବନେଶ୍ୱରରେ କାର୍ଯ୍ୟ କରିବ ବୋଲି EA ମ୍ୟାନେଜିଙ୍ଗ ପାର୍ଟନର ଇଷ୍ଟ ସୂଚନା ଦେଇ କହିଛନ୍ତ ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଏହି ଉଦଘାଟନ ଉତ୍ସବରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ସମେତ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା, ଓଡିଶାର କ୍ଲାଏଣ୍ଟ ସର୍ଭିସ ପାର୍ଟନର ମିତ୍ରଭାନୁ ଚୌଧୁରୀ, EY ମ୍ୟାନେଜିଂ ପାର୍ଟନର ଇଷ୍ଟ ହରିଶ ଅଗ୍ରୱାଲଙ୍କ ସମେତ ଆଇଟି ବିଭାଗର ସଚିବ ଓ ବିଭାଗୀୟ ଉଚ୍ଚ ପଦସ୍ତ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ ।

Comments are closed.