Latest Odisha News

BREAKING NEWS

ଓଡ଼ିଶାରେ ‘ଗାନ୍ଧୀ ଜ୍ୟୋତି ଯାତ୍ରା’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଚାରିଆଡେ ମହାସମାରୋହରେ ପାଳିତ ହୋଇଛି । ଏହି ଅବସରରେ ସାରା ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲିଅନ୍ତାସ୍ଥିତ ଗାନ୍ଧୀ ସ୍ମୃତି ପୀଠ ଗସ୍ତ କରି ସେଠାରେ ଗାନ୍ଧୀ ଜ୍ୟୋତି ଯାତ୍ରାର ଶୁଭାରମ୍ଭ କରିଛନ୍ତି ।

ଏଥିସହିତ ସେଠାରେ ଆୟୋଜିତ ଗାନ୍ଧୀଜି ଓ ଓଡିଶା ଶୀର୍ଷକ ଏକ ଫଟୋଚିତ୍ର ପ୍ରଦର୍ଶନୀ ଉଦଘାଟନ କରିଛନ୍ତି । ଅନ୍ୟପକ୍ଷେ ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗାନ୍ଧୀଜିଙ୍କ ଆଦର୍ଶ ଓ ବିଚାରଧାରାର ପ୍ରସାର ପାଇଁ ଆଗାମୀ ଦୁଇ ବର୍ଷ ଧରି ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ।

ସୂଚନାଯୋଗ୍ୟ ଯେ ବାଲିଅନ୍ତାଠାରେ ମହାତ୍ମାଗାନ୍ଧୀଙ୍କ ସ୍ମୃତିରେ ମୁଖ୍ୟମନ୍ତ୍ରୀ କୁଶଭଦ୍ରା ନଦୀରେ ବାଲିଅନ୍ତା-ବାଳକାଟି ରାସ୍ତାରେ ଏକ ନୂତନ ସେତୁ ଉଦଘାଟନ କରିଛନ୍ତି । ମହାତ୍ମା ଗାନ୍ଧୀ ସେତୁ ଭାବରେ ନାମିତ ଏହି ସେତୁର ନିର୍ମାଣ ପାଇଁ ୨୭ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏଠାରେ ନିର୍ମିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଅନାବରଣ କରିଥିଲେ ।

ଆହୁରି ମଧ୍ୟ ପୂର୍ବରୁ ମୁଖ୍ୟମନ୍ତ୍ରୀ ବିଧାନସଭା ପ୍ରାଙ୍ଗଣସ୍ଥିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ବାଚସ୍ପତି ପ୍ରଦୀପ ଅମାତ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା, ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ ।

ଆହୁରି ମଧ୍ୟ ରିଜିଓନାଲ କଲେଜ ଛକ ନିକଟରେ ଭୁବନେଶ୍ୱରର ପରିମଳ ବ୍ୟବସ୍ଥାରେ ଉନ୍ନତି ପାଇଁ ଏକ ମେକାନିକାଲ ସ୍ୱିପିଙ୍ଗ ପ୍ରୋଜେକ୍ଟ ଓ ୫୦ ଟି ସ୍ମାର୍ଟ ଇ-ଟଏଲେଟ ଜନସାଧାରଣଙ୍କ ସେବାରେ ଉତ୍ସର୍ଗ କରିଥିଲେ ।

Leave A Reply

Your email address will not be published.