Latest Odisha News

BREAKING NEWS

୧୭ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ପୁଞ୍ଜି ନିବେଶର ହବ୍‌ ପାଲଟିଛି ଓଡ଼ିଶା । ହଜାରେ କୋଟି ଟଙ୍କା ପୁଞ୍ଜି ନିବେଶରେ ୧୭ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୫୨ କୋଟି ଟଙ୍କା ବିନିଯୋଗରେ ୭ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ୮୪୮ କୋଟି ଟଙ୍କା ବିନିଯୋଗରେ ୧୦ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହି ପ୍ରକଳ୍ପ ଦ୍ବାରା ରାଜ୍ୟରେ ୨୪୦୦ ଲୋକଙ୍କ ପାଇଁ ସୃଷ୍ଟି କରିବ ନିଯୁକ୍ତି ସୁଯୋଗ ।

ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ, ପ୍ଲାଷ୍ଟିକ, ଉତ୍ପାଦନ ଭିତ୍ତିକ ଶିଳ୍ପ ଓ ସାର କ୍ଷେତ୍ରକୁ ଏହି ପ୍ରକଳ୍ପରେ ଗୁରୁତ୍ବ ଦିଆଯାଇଛି । ଇଫକୋ କାରଖାନାରେ ନାନୋ ଫର୍ଟିଲାଇଜର ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ନାନୋ ପ୍ଲାଣ୍ଟରେ ଖର୍ଚ୍ଚ ହେବ ୨୨୫ କୋଟି ଟଙ୍କା । ତିଆରି ହେବ ତରଳ ଜୈବିକ ସାର । ଯାହାଦ୍ବାରା ଲାଭବାନ ହେବେ କୃଷକ ।

ବାଲେଶ୍ୱରରେ ଚିଙ୍ଗୁଡ଼ି ପ୍ରକ୍ରିୟାକରଣ ପ୍ଲାଣ୍ଟ ହେବ । ଏହି ପ୍ରକଳ୍ପ ପାଇଁ ୫୩ କୋଟି ଙଟ୍କା ବିନିଯୋଗ ହେଉଥିବା ବେଳେ, ୪୪୫ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ଗୋପାଳପୁରରେ ପାଖାପାଖି ୨୩ କୋଟି ଟଙ୍କା ବିନିୟରେ ଏକ ରିସୋର୍ଟ ପ୍ରତିଷ୍ଠା ହେବ । ଯେଉଁଠି ୭୫ ଜଣଙ୍କୁ ନିଯୁକ୍ତି ମିଳିବ । ବରଗଡ଼ରେ ହେବ ଓ୍ବାଟର ପାର୍କ । ସେହିପରି ଖୋର୍ଦ୍ଧାରେ ପେପର ପ୍ୟାକିଂ ୟୁନିଟ୍ ପ୍ରତିଷ୍ଠା ହେବ । ସାଢ଼େ ୭ କୋଟି ଟଙ୍କା ବିନିଯୋଗରେ ହେବାକୁ ଥିବା ଏହି ପ୍ରକଳ୍ପରେ ୪୫ ଜଣଙ୍କୁ ନିଯୁକ୍ତି ମିଳିବ ।

Leave A Reply

Your email address will not be published.