Latest Odisha News

ସମ୍ପୂର୍ଣ୍ଣ ଗଣତାନ୍ତ୍ରିକ ଦେଶରେ ପରିଣତ ହେଲା ବାର୍ବୋଡସ

ବ୍ରିଜଟାଉନ: ଦୀର୍ଘ ୪୦୦ ବର୍ଷ ପରେ ବାର୍ବୋଡସ ସମ୍ପୂର୍ଣ୍ଣ ଭାବେ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହୋଇଛି । ମଙ୍ଗଳବାର ମହରାଣୀ ଏଲିଜାବେଥଙ୍କ ଶାସନ ଏଠାରେ ସମାପ୍ତ ହୋଇଛି । ୧୯୬୬ରେ ବାର୍ବୋଡସକୁ ସ୍ୱାଧୀନ ଘୋଷଣା କରାଯାଇଥିଲେ ମଧ୍ୟ ରାଣୀ ଏଲିଜାବେଥ ସର୍ବେସର୍ବା ଥିଲେ । ଏଥିନେଇ ଆୟୋଜିତ ସମାରୋହରେ ରାଣୀଙ୍କ ପ୍ରତିନିଧିତ୍ୱ କରୁଥିବା ରୟାଲ ଷ୍ଟାଣ୍ଡାର୍ଡ ଫ୍ଲାଗ ଅବତରଣ କରାଯାଇଛି । ପ୍ରିନ୍ସ ଚାର୍ଲସଙ୍କ ଉପସ୍ଥିତିରେ ରାଣୀ ଏଲିଜାବେଥ ଦ୍ୱିତୀୟ ଗଭର୍ଣ୍ଣର ଜେନେରାଲ ସାଣ୍ଡ୍ରା ମେସନଙ୍କୁ ରାଷ୍ଟ୍ରପତି ଭାବେ ଶପଥପାଠ କରାଇଥିଲେ ।

୨୦୦୫ରେ ବାର୍ବୋଡସ ତ୍ରିନିଦାଦସ୍ଥିତ କ୍ୟାରିବିୟାନ କୋର୍ଟ ଅଫ ଜଷ୍ଟିସରେ ଆବେଦନ କରିଥିଲେ । ଏବେ ଏଥିରେ ବାର୍ବୋଡସର ବିଜୟ ହୋଇଛି । ଏଥର ବାର୍ବୋଡସର ନିଜସ୍ୱ ଜାତୀୟ ପତାକା ଓ ଜାତୀୟ ସଙ୍ଗୀତ ବ୍ୟବହାର ହେବ । ଗ୍ରାମୀ ପୁରସ୍କାର ବିଜେତା ରିହାନାଙ୍କୁ ଜାତୀୟ ହୀରୋ ମାନ୍ୟତା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.