ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ୧୧ଟି ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରଥମେ ହଳଦୀପଦା ଅସ୍ଥାୟୀ ହେଲିପ୍ୟାଡ୍ ରେ ଆଜି ଦିନ ୧୨ଟାରେ ଅବତରଣ କରିଥିଲେ ମୁଖ୍ୟମନ୍ତ୍ରୀ । ସେଠାରେ ସେ କାଳିବେତୀ ଓ ହଳଦୀପଦା ଆଦି ଦୁଇଟି ସ୍ଥାନରେ ଶିଳ୍ପ ପ୍ରକଳ୍ପ ଶିଳାନ୍ୟାସ ଓ ଉଦଘାଟନ କରିଥିଲେ ।
ତେବେ ମୁଖ୍ୟମନ୍ତ୍ରୀ କାଳିବେତୀଠାରେ ଦୀନଦୟାଲ କର୍ମଚାରୀ ଆବାସ ଯୋଜନା ଅନ୍ତର୍ଗତ ଶ୍ରମିକ ଆବାସ ଗୃହ, ଜୁପିଟର୍ ଟାଟ୍ରାଭଗୋଙ୍କା ରେଲହୁଇଲ ଫ୍ୟାକ୍ଟ୍ରି ପ୍ରାଇଭେଟ୍ ଲିମିଟେଡ୍ ଓ ଶାଲିମାର ଗ୍ଲାସ ୱାଲର୍ସ ପ୍ରାଇଭେଟ୍ ଲିମିଟେଡ୍ ଶିଳାନ୍ୟାସ କରିଛନ୍ତି । ସେହିପରି ଗୌଡ଼ପୁଟରେ ପଲିମିରୋର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍, ଆଇଏଫ୍ଜିଏଲ ରିଫ୍ରାକ୍ଟରିଜ୍ ଲିମିଟେଡ୍ ଏବଂ ଖଜୁରିଆଠାରେ ଭୁବନେଶ୍ବରୀ ଫ୍ରୁଟ୍ସ ଆଣ୍ଡ୍ ବେଭରେଜେସ୍ ପ୍ରାଇଭେଟ ଲିମିଟେଡ୍ର ଶିଳାନ୍ୟାସ କରିଛନ୍ତି ।
ଅନ୍ୟପଟେ, ଆଜି ଅରାଙ୍ଗଠାରେ ଗୋଲ୍ଡେନ ସିମସ୍ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ୍ ଲିମିଟେଡ୍, ପୂଜା ଇଣ୍ଟରନ୍ୟାଶନାଲ, ବିଏଲ ଇଣ୍ଟରନ୍ୟାଶନାଲ ପ୍ରାଇଭେଟ ଲିମିଟେଡ୍ ଓ ରେନ୍ବୋ ଫାବାର୍ଟ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ନିୟୁ ଟେକ୍ସଟାଇଲ ପାର୍କ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।
Comments are closed.