Latest Odisha News

BREAKING NEWS

୩ ଦିନିଆ ଜନ୍ମମାଟି ଗସ୍ତରେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ଆଜି ଠାରୁ ୩ ଦିନିଆ  ଜନ୍ମମାଟି କେନ୍ଦୁଝର ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ସକାଳ ପ୍ରାୟ ୧୦ ଟା ୨୦ରେ ରିଜର୍ଭ ପଡିଆ ହେଲିପ୍ୟାଡ଼ରେ ଅବତରଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାପରେ କେନ୍ଦୁଝରର ବିଭିନ୍ନ ରାଜନୈତିକ ବ୍ୟକ୍ତି ବୃନ୍ଦ, ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ଅନୁଷ୍ଠାନ ତଥା ସଙ୍ଗଠନ ର କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯିବ । ତେବେ ଏହି ଗସ୍ତରେ ମୁଖ୍ୟମନ୍ତ୍ରୀ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଆଜି ହେଲିପ୍ୟାଡ଼ ଯୋଗେ କେନ୍ଦୁଝରରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ପରେ ବାଇକ ରାଲିରେ ଅଡିଟୋରିୟମ ହଲରେ ପହଁଚିବେ। ସେଠାରେ ଲାଇଫ୍ ସେଭର୍ସ ଗ୍ରୁପ୍ ଟ୍ରଷ୍ଟର ତୃତୀୟ ବାର୍ଷିକ ଉତ୍ସବରେ ଯୋଗ ଦେବେ। ପରେ ସନ୍ଧ୍ୟାରେ ନିଜ ଗାଁ ରାଇକଳା ସ୍ଥିତ ଘରକୁ ଯିବେ। ପରେ ସ୍ଥାନୀୟ ହୋଟେଲରେ ସାଂସଦ ଓ ବିଧାୟକଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ତା ପରଦିନ ଶନିବାର ସକାଳେ ଚାଏ ପେ ଚର୍ଚ୍ଚା ଏବଂ ପରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଦ୍ୱାରା ଆୟୋଜିତ ରଜତ ଜୟନ୍ତୀ ଉତ୍ସବରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ସନ୍ଧ୍ୟାରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ | ରବିବାର ଡିଡି ୟୁନିଭରସିଟି ପଡ଼ିଆରେ ମୋହନ ସରକାରଙ୍କ ୧୦୦ ଦିନ ପୂରଣ ଉତ୍ସବରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ କେନ୍ଦୁଝରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.