Latest Odisha News

ଦିଲ୍ଲୀରୁ ଫେରି ସିଧା ପୂର୍ବ ସରକାରଙ୍କୁ ନିଶାନା କଲେ ମୁଖ୍ୟମନ୍ତ୍ରୀ, କହିଲେ ‘ହୀନ ମାନସିକତା….’

ଭୁବନେଶ୍ବର: ରାଜ୍ୟରେ ଖୁବ୍ ଶୀଘ୍ର ଲାଗୁ ହେବ ଆୟୁଷ୍ମାନ ଭାରତ । ଏଥିପାଇଁ ସୋମବାର ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇ କେନ୍ଦ୍ର ସରକାରଙ୍କ ସହ ଏମଓୟୁ ସ୍ବାକ୍ଷର କରିଛନ୍ତି । ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓଡ଼ିଶାରେ ଲାଗୁ କରିବା ପାଇଁ ନୂଆଦିଲ୍ଲୀରେ ଚୁକ୍ତି ପତ୍ର ସ୍ବାକ୍ଷର କରି ଆଜି ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭୁବନେଶ୍ଵର ବିମାନ ବନ୍ଦର ଠାରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ସହ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରାଯାଇଥିଲା ।

ଏହି ଅବସରରେ ପୂର୍ବର ସରକାରଙ୍କୁ କଡା ନିଶାନା ସାଧିଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବ ସରକାର ହୀନ ମାନସିକତା କାରଣରୁ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହୋଇପାରୁନଥିଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ବିଜେପି ସରକାର ଏହାକୁ ଲାଗୁ କଲେ । ଦେଶର ବିଭିନ୍ନ ସ୍ଥାନରେ ୩୦ ହଜାର ହସ୍ପିଟାଲରେ ଏହି ଯୋଜନା ମାଧ୍ୟମରେ ଲୋକେ ଚିକିତ୍ସା ପାଇପାରିବେ । ବୟସ୍କମାନଙ୍କୁ ମଧ୍ୟ ଏହାର ସୁବିଧା ମିଳିବ ବୋଲି କହି ଖୁସି ବ୍ୟକ୍ତି କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏଥିସହିତ ମୁଖ୍ୟମନ୍ତ୍ରୀ ଏହା ବି କହିଛନ୍ତି, ଆୟୁଷ୍ମାନ ମନ୍ଦିର ପ୍ରତି ପଞ୍ଚାୟତରେ ଲାଗୁ ହେବ । ସେଠି ଯୋଗ ଶିକ୍ଷକ, ସ୍ବାସ୍ଥ୍ୟ କର୍ମୀ ରହିବେ । ମିଶା ବନ୍ଦୀଙ୍କୁ ସମ୍ମାନ ମିଳିବ । ସେମାନେ ପେନସନ ପାଇବାକୁ ମଞ୍ଜୁର ହୋଇଛି । ପ୍ରତି ମାସ ୨୦ ହଜାର ଟଙ୍କା ମିଳିବ । ଏଥିସହିତ ସ୍ବାସ୍ଥ୍ୟ ସେବା ସୁଯୋଗ ଦେବା ପାଇଁ ମଧ୍ୟ ବ୍ୟବସ୍ଥା କରାଯିବା ସହିତ ଏସବୁ ଖୁବ୍ ଶୀଘ୍ର ଲାଗୁ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ତେବେ ଓଡିଶାରେ କାର୍ଯ୍ୟକାରୀ ହେବ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା । ଏଥିପାଇଁ ସୋମବାର ନୂଆ ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ନ୍ୟାସନାଲ୍ ହେଲଥ ଅଥରିଟି ସହିତ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଏକ ଚୁକ୍ତିନାମା (ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି । ଏହା ଦ୍ୱାରା ବର୍ତ୍ତମାନ ରାଜ୍ୟର ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହିତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଯୋଡିହୋଇଛି । ଯାହା ଦେଶର ୨୯ ହଜାରରୁ ଅଧିକ ଚିକିତ୍ସାଳୟରେ ଚିକିତ୍ସା ସୁବିଧା ଯୋଗାଇଦେବ । ରାଜ୍ୟର ୧.୦୩ କୋଟି ପରିବାର ଏଥିରେ ଉପକୃତ ହେବେ । ଏହା ଦ୍ୱାରା ରାଜ୍ୟର ୭୦ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ମାନେ ମଧ୍ୟ ଚିକିତ୍ସା ସୁବିଧା ପାଇପାରିବେ । ବର୍ତ୍ତମାନ ରାଜ୍ୟରେ ୨୩, ୧୨, ୯୭୯ ଜଣ ୭୦ ବର୍ଷରୁ ଅଧିକ ବରିଷ୍ଠ ନାଗରିକ  ଥିବା ବେଳେ ୨୩ ଲକ୍ଷରୁ ଅଧିକ ୭୦ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ଏହାଦ୍ବାରା ଚିକିତ୍ସା ସୁବିଧା ପାଇବେ ।

Leave A Reply

Your email address will not be published.