ଭୁବନେଶ୍ବର: ଆସନ୍ତା ସୋମବାର ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଦ୍ବାର । ଅଗଷ୍ଟ ୧୯ ଅର୍ଥାତ ଆସନ୍ତାକାଲି ଏବଂ ଆଗାମୀ ଅଗଷ୍ଟ ୨୬ ତାରିଖରେ ପଡୁଥିବା ସୋମବାରରେ ଭୁବନେଶ୍ୱର ୟୁନିଟ ୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନଶୁଣାଣି ବନ୍ଦ ରହିବ ।
ଏହି ଦୁଇ ଦିନ ସରକାରୀ ଛୁଟି ପଡୁଥିବାରୁ ଏହି ଦିନରେ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Comments are closed.