Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଫୋନ କରି କଥା ହେଲେ ମମତା ବାନାର୍ଜୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଫୋନ କରି କଥା ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ l ପଶ୍ଚିମବଙ୍ଗର ଶ୍ରମିକଙ୍କ ଉପରେ ଓଡ଼ିଶାରେ ଅତ୍ୟାଚାର ଅଭିଯୋଗ ହେଉଛି । ଏହାକୁ ଗୁରୁତ୍ୱର ସହ ନେବା ସହ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି ମମତା । ଫୋନ କରି ମମତା କହିଛନ୍ତି, “କାମ କରିବା ଉଦ୍ଦେଶ୍ୟରେ ପଶ୍ଚିମବଙ୍ଗରୁ କିଛି ଲୋକ ଓଡ଼ିଶାକୁ ଆସିଛନ୍ତି । କିନ୍ତୁ ସ୍ଥାନୀୟ ଲୋକେ ସେମାନଙ୍କୁ ବାଂଲାଦେଶୀ ସନ୍ଦେହ କରି ତାଙ୍କୁ ମାଡ ମାରିବା ସହ ଓ ଅତ୍ୟାଚାର କରୁଛନ୍ତି l

ଏପରି ଘଟଣାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୁରୁତ୍ୱର ସହ ନେବାକୁ ଅନୁରୋଧ କରିଛନ୍ତି ମମତା । ଏଥିସହିତ ମମତା ପଶ୍ଚିମବଙ୍ଗର ଶ୍ରମିକଙ୍କୁ ନିଜ ରାଜ୍ୟକୁ ଫେରିଆସିବାକୁ ଅପିଲ୍ କରିଛନ୍ତି । ସେପଟେ ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ହେବ ନାହିଁ ବୋଲି ମମତାଙ୍କୁ ଆଶ୍ୱାସନା ଦେଇଛନ୍ତି ମୋହନ ମାଝୀ l

ସୂଚନା ଅନୁସାରେ, ଗତକାଲି ବାସୁଦେବପୁରରେ ବାଂଲାଦେଶୀ ସନ୍ଦେହରେ 6ଜଣ ବ୍ଯକ୍ତି ମାଡ ମାରି ଥାନାରେ ଜିମା ଦେଇଥିଲେ ସ୍ଥାନୀୟ ବାସିନ୍ଦା । ବାସୁଦେବପୁର ବଜାରରେ ଏକ ଅଟୋରେ 6ଜଣ ବ୍ୟକ୍ତି ଯାତ୍ରା କରୁଥିବା ବେଳେ, ସନ୍ଦେହ ହେବାରୁ ସ୍ଥାନୀୟ ବାସିନ୍ଦା ସେମାନଙ୍କୁ ରୋକି ଯାଞ୍ଚ କରିବା ସହ ସେମାନଙ୍କର ପରିଚୟ ପତ୍ର ମାଗିଥିଲେ ।

ତେବେ ଗାଡିରେ ଥିବା 6ଜଣ ଯାତ୍ରୀଙ୍କ ମଧ୍ୟରୁ 2 ଜଣ ସେମାନଙ୍କ ପରିଚୟ ପତ୍ର ଦେଖାଇଥିଲେ l ଫଳରେ ସେମାନଙ୍କୁ ବାଂଲାଦେଶୀ ଭାବି ସ୍ଥାନୀୟ ଲୋକ ମାଡ ମାରିବା ସହ ପୋଲିସ ହାତରେ ଜିମା ଦେଇଥିଲେ l

Comments are closed.