ମୁମ୍ବାଇ: ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡ୍ନାବିସ୍ । ମୁମ୍ବାଇର ଆଜାଦ ମୈଦାନରେ ହେବ ଶପଥ ଗ୍ରହଣ ସମାରୋହ । ମହାରାଷ୍ଟ୍ରରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ନେବା ନେଇ ସୂଚନା ମିଳିଛି । ଦେବେନ୍ଦ୍ର ଫଡ୍ନାବିସ୍ଙ୍କ ଶପଥ ଉତ୍ସବରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଯୋଗଦେବେ ।
ସୂଚନାଯୋଗ୍ୟ, ନୂଆ ସିଏମକୁ ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇ ଗତକାଲି ମହାୟୁତିର ସହଯୋଗରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବରେ ଦେବେନ୍ଦ୍ର ଫଡ଼ନାବିସଙ୍କ ଠାରେ ମୋହର ବାଜିଛି । ଶିବସେନା ଏକନାଥ ସିନ୍ଦେ ଓ ଏନସିପିର ଅଜିତ ପାୱାର ଡେପୁଟି ସିଏମ ହେବା ନେଇ ଜଣାପଡ଼ିଛି ।
ଚଳିତ ନିର୍ବାଚନରେ ଇଣ୍ଡିଆ ମେଣ୍ଟ ଓ ଏନଡିଏ ମଧ୍ୟରେ ହୋଇଥିଲା ନିର୍ବାଚନ ଲଢେଇ । ବିଜେପି ଏକନାଥଙ୍କ ଶିବସେନା ଓ ଅଜିତଙ୍କ ଏନସିପି ମିଳିତ ଭାବେ ନିର୍ବାଚନ ଲଢିଥିଲେ । ୨୮୮ ଆସନ ବିଶିଷ୍ଟ ମହାୟୁତି ମେଂଟକୁ ମିଳିଥିଲା ୨୩୦ ଆସନ । ମହାୟୁତିର ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଥିଲେ ଏକନାଥ ସିନ୍ଦେ । ହେଲେ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଭିତରେ ସମୟ ଗଡ଼ି ଚାଲିଥିଲା । ଶେଷରେ ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ହେବା ନେଇ ମୋହର ମରାଯାଇଛି ।
Comments are closed.