Latest Odisha News

ଓଡିଶାରେ ଶସ୍ୟ ଉତ୍ପାଦନ ବୃଦ୍ଧି କ୍ଷେତ୍ରରେ ଓୟୁଏଟିର ବହୁତ ବଡ ଅବଦାନ ରହିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ୪୮୪ ପ୍ରକାର ନୂଆ କିସମର ବିକାଶ କରି ରାଜ୍ୟରେ କୃଷି ବିକାଶରେ ମହତ୍ବପୂର୍ଣ୍ଣ ଯୋଗଦାନ ରଖିଛି। ଆଜି ଯଦି ଓଡିଶା ଚାଉଳ ଉତ୍ପାଦନ କ୍ଷେତ୍ରରେ ବଳକା ରାଜ୍ୟ ହୋଇପାରିଛି ତେବେ ସେଥିରେ ଆମ କୃଷି ବିଶ୍ବବିଦ୍ୟାଳୟର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି । ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର ୬୩ ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ବିଶ୍ବବିଦ୍ୟାଳୟରେ ନିର୍ମିତ ୧୦୦୮ ଆସନ ବିଶିଷ୍ଟ ନୂତନ କୃଷି ଶିକ୍ଷା ସଦନର ଉଦଘାଟନ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ କେବଳ ଧାନରେ ସ୍ବାବଲମ୍ବୀ ହେବା ଯଥେଷ୍ଟ ନୁହେଁ। ଆମକୁ ତୈଳବୀଜ, ପନିପରିବା, ମାଛ, ଅଣ୍ଡା, ଫଳ ଓ ଫୁଲ ଆଦି ଉତ୍ପାଦନ ବୃଦ୍ଧି କରିବା ଏବଂ ଏଥିରେ ସ୍ବାବଲମ୍ବୀ ହେବା ଅତ୍ୟନ୍ତ ଆବଶ୍ୟକ । ପୂର୍ବ ସରକାର ଆଳୁ, ପିଆଜ, ପଣସ ଇତ୍ୟାଦି ଅନେକ ମିସନ କରିଥିଲେ । କିନ୍ତୁ ସେ ସବୁ ବିଫଳ ହେଲା । ତେଣୁ ଆମକୁ ଏଥିରେ ସ୍ବାବଲମ୍ବନଶୀଳ ହେବାକୁ ପଡିବ । ଏଥିରେ ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର ଭୂମିକା ଗୁରୁତ୍ବପୂର୍ଣ୍ଣ । ଏ ସମ୍ପର୍କରେ ନୂତନ ଜ୍ଞାନ କୈଶଳର ବିକାଶ ପାଇଁ ଓୟୁଏଟିର ବୈଜ୍ଞାନିକ ମାନଙ୍କୁ ସେ ଆହ୍ବାନ ଦେଇଥିଲେ । ସେମାନଙ୍କୁ ଅଧିକ ଉତ୍ପାଦନକ୍ଷମ ବିହନ ଉତ୍ପାଦନ କରିବା ପାଇଁ ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ।

Comments are closed.