Latest Odisha News

ବଡଦାଣ୍ଡରେ ସଫେଇ କଲେ ମୁଖ୍ୟମନ୍ତ୍ରୀ

ପୁରୀ: ଆସନ୍ତାକାଲି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ବଡଦାଣ୍ଡରେ ଏକାକାର ହେବେ ଭକ୍ତ ଓ ଭଗବାନ । ଏଥିପାଇଁ ଚାଲିଛି ବଡଦାଣ୍ଡର ସଫେଇ କାର୍ଯ୍ୟକ୍ରମ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ବଡଦାଣ୍ଡରେ ଝାଡୁ ମାରିଛନ୍ତି । ମାଉସୀ ମା ମନ୍ଦିର ସମ୍ମୁଖ ରାସ୍ତାରେ ଆଜି ଝାଡୁ ଧରି ସଫେଇ କାର୍ଯଁ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିରେ ତାଙ୍କ ସହିତ ଯୋଗ ଦେଇଛନ୍ତି ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଇ ଓ ପ୍ରଭାତୀ ପରଡା । ଏହା ସହିତ ପୁରୀ ସାଂସଦ ସମ୍ବିତ ପାତ୍ର, ଆଇନ ମନ୍ତ୍ରୀ ପୃଥିୀରାଜ ହରିଚନ୍ଦନଙ୍କ ସମେତ ଅନ୍ୟ ମନ୍ତ୍ରୀମାନଙ୍କ ସହ ବିଧାୟକମାନେ ମଧ୍ୟ ଉପସ୍ଥିତ ରହି ହାତରେ ଛାଡୁ ଧରି ବଡଦାଣ୍ଡ ଓଳାଇଛନ୍ତି ।

ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ଏକ ପରମ୍ପରା ମଧ୍ୟ ମହାପ୍ରଭୁ ରଥକୁ ବିଜେ କରିବା ପରେ ଛେରା ପହଁରା କରାଯାଏ । ଏହା ପୂର୍ବରୁ ବଡଦାଣ୍ଡକୁ ସ୍ବଚ୍ଛ ଓ ପରିଷ୍କାର ମଧ୍ୟ କରାଯାଏ । ଏଥିପାଇଁ ଆମ ସରକାର ପକ୍ଷରୁ ଆଜି ଏହି ସଫେଇ କାର୍ଯ୍ୟକ୍ରମ ରହିଛି ।ଏହା ସ୍ବଚ୍ଛତା ଓ ସଚେତନା ପାଇଁ ଏହି କାର୍ଯ୍ୟ । ଲକ୍ଷ ଲକ୍ଷ ଲୋକ ଆସିବେ ଏଥିପାଇଁ ଏଭଳି ବ୍ୟାପକ ସଫେଇ କାର୍ଯ୍ୟ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।  ଏହା ସହିତ ରଥଯାତ୍ରା ପରିସରକୁ ସ୍ବଚ୍ଛ ରଖିବାକୁ ଶ୍ରଦ୍ଧାଳୁଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଶ୍ରଦ୍ଧାଳୁମାନେ ନିଜେ ସଚେତନ ହେବା ଆବଶ୍ୟକ ।

Comments are closed.