Latest Odisha News

BREAKING NEWS

ଆଜି ପ୍ରଥମ ଦରବାର, ଜନତାଙ୍କ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜିଠୁ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ଶୁଣାଣି । ସେମାବାର ପ୍ରଥମ ଦରବାରରେ ନାହିଁ ନଥିବା ଭିଡ । ଅଭିଯୋଗ ପ୍ରକୋଷ୍ଠରେ ସାଧାରଣ ଜନତାଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିପାଇଁ ସୋମବାର ସକାଳୁ ସକାଳୁ ଖୋଲିଯାଇଛି ଯୁନିଟ୍ ୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ଦ୍ବାର । ସକାଳୁ କାହିଁ କେତେ ଆଡୁ ଲୋକ ଆସି ପଞ୍ଜୀକରଣ କରି ଅପେକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଆସିବାକୁ  । ଏହାରି ଭିତରେ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରଥମ ସୋମବାର ଅଭିଯୋଗର ଶୁଣାଣି ପାଇଁ ପହଞ୍ଚିବା ପରେ ଜଣ ଜଣ କରି ସାଧାରଣ ଲୋକଙ୍କ ଗୁହାରି ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ କନକ ସିଂ ଦେଓ ମଧ୍ୟ ଉପସ୍ଥିତ ରହିଛନ୍ତି । ଗୁହାରି ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ  ଶତାଧିକ ଲୋକ ଆସିଛନ୍ତି । କେତେକ ଦିବ୍ୟାଙ୍ଗ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିବାର ନଜର ଆସିଛନ୍ତି ।

ତେବେ ନୂଆ ସରକାର ଆସିବା ପରେ ୨୦୦୮ ପରଠାରୁ ବନ୍ଦ ଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପୁଣି ଖୋଲିଛି । ଆଜିଠୁ ଓଡିଶାବାସୀଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ମହାନ ଚରଣ ମାଝୀ । ପ୍ରତ୍ୟେକ ସୋମବାର ୟୁନିଟ୍-୫ ଠାରେ ଥିବା ତାଙ୍କ ଅଭିଯୋଗ କକ୍ଷରେ ଜନସାଧାରଣଙ୍କ ଅଭିଯୋଗ ଶୁଣିବେ।

ଜନସାଧାରଣଙ୍କ ଅଭିଯୋଗର ଶୁଣାଣି ସକାଳ ୧୧ ଟାରୁ ଆରମ୍ଭ ହେଉଥିବା ବେଳେ ଏଥିପାଇଁ ସକାଳ ୯ ଟାରୁ ୧୨ ଟା ପର୍ଯ୍ୟନ୍ତ ପଞ୍ଜୀକରଣ କରାଯିବ | ଅଭିଯୋଗ ଥିବା ବ୍ୟକ୍ତିଙ୍କୁ ପ୍ରଥମେ ସେମାନଙ୍କ ନାମ ପଞ୍ଜିକରଣ କରିବାକୁ ହେବ ଏବଂ ସେମାନଙ୍କର ଅଭିଯୋଗ ଲିଖିତ ଆକାରରେ ଦାଖଲ କରିବାକୁ ପଡିବ। ଏହାପରେ ତାଙ୍କୁ ପୁନଃ ଶୁଣାଣି ପାଇଁ ଅଭିଯୋଗ କକ୍ଷକୁ ପଠାଯିବ ।

ଏହାସହିତ ଜିଲ୍ଲା ସ୍ତରରେ ସମସ୍ତ ଜିଲ୍ଲାପାଳ ମଧ୍ୟ ପ୍ରତ୍ୟେକ ସୋମବାର ଲୋକଙ୍କ ଅଭିଯୋଗ ଶୁଣିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଭିଯୋଗ ଶୁଣାଣୀ ପରେ ଏହାର ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇବା ପାଇଁ ମଧ୍ୟ  ନିର୍ଦ୍ଦେଶ ଜାରି କରାଯାଇଛି।

Leave A Reply

Your email address will not be published.