କେନ୍ଦୁଝର:ଗାଁ ନଈରେ ମହାଆନନ୍ଦରେ ଗାଧୋଇଲେ ମୁଖ୍ୟମନ୍ତ୍ରୀ । ପାଣିରେ ମନ ଇଚ୍ଛା ବୁଡିଲେ । ଆଉ ସେଠି ଉପସ୍ଥିତ ଲୋକଙ୍କ ଉପରକୁ ପାଣି ମଧ୍ୟ ଫୋପାଡିଲେ । ଆଜି ମକର ସଂକ୍ରାନ୍ତି ଅବସରରେ ବୁଡ ପକାଇ କିଛି ଏପରି ଅନ୍ଦାଜରେ ନଜର ଆସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିପାଇଁ ସକାଳୁ ସକାଳୁ ଦିଲ୍ଲୀରୁ ଫେରି ସିଧା କେନ୍ଦୁଝର ଗସ୍ତରେ ଯାଇଛନ୍ତି । ଆଜିଠାରୁ କେନ୍ଦୁଝର ପାଟନା ଗାଁରେ ମକଳ ମେଳା ଆୟୋଜିତ ହୋଇଥିବା ବେଳେ ସେଠାରେ ବୈତରଣୀ ନଦୀରେ ମହାଆନନ୍ଦରେ ବୁଡ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କୁ ପାଖରୁ ଦେଖି ସ୍ଥାନୀୟ ଲୋକେ ମଧ୍ୟ ଆତ୍ମହରା ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପାଇଁ ସେଠାରେ ସାଧାରଣ ଲୋକଙ୍କ ବେଶ୍ ଭିଡ ଜମିଥିଲା ।
ତେବେ ମକର ସଂକ୍ରନ୍ତି ଅବସରରେ କେନ୍ଦୁଝର ବୈତରଣୀରେ ନଦୀ କୂଳରେ ଆରମ୍ଭ ହୋଇଛି ମକର ମେଳା । ଏଥିପାଇଁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ପ୍ରଥମ ଦିନରେ ସକାଳୁ ବୈତରଣୀ ନଦୀରେ ସ୍ନାନ ସାରି ସେଠିକା ମନ୍ଦିରରେ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କୁ ଦର୍ଶନ କରିବା ସହ ଜଳାଭିଷେକ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଥିଲା
ଆସନ୍ତାକାଲି କେନ୍ଦୁଝର ସ୍ଥିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଭତ୍ତା ଏବଂ ଜମି ପଟ୍ଟା ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ । ଏହାପରେ ନିଜ ଗାଁକୁ ଯାଇ ପୂଜାପାଠ କରିବାର କାର୍ଯ୍ୟକ୍ରମ ରହିଛି । ପରେ ବଡବିଲରେ ଏକ ମହୋତ୍ସବରେ ଯୋଗ ଦେଇ ଆସନ୍ତା ୧୬ ତାରିଖରେ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିବେ ମୁଖ୍ୟମନ୍ତ୍ରୀ ।