Latest Odisha News

୨ ଦିନିଆ ଝାଡଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଦୁଇ ଦିନିଆ ଝାଡଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଜେପିର ପରିବର୍ତ୍ତନ ଯାତ୍ରାରେ ସାମିଲ ହେବା ପାଇଁ ସେପ୍ଟେମ୍ବର ୩୦ ଏବଂ ଅକ୍ଟୋବର ୧ରେ ୨ ଦିନିଆ ଝାଡଖଣ୍ଡ ଗସ୍ତର କରିବେ । ତେବେ ସେମାବାର ମୁଖ୍ୟମନ୍ତ୍ରୀ ଝାଡଖଣ୍ଡ ଗସ୍ତରେ ଯାଇ ପ୍ରଥମେ ପଶ୍ଚିମ ସିଂହଭୂମର ଜଗନ୍ନାଥପୁର ଯିବେ । ପରେ ୧ ତାରିଖରେ ଚାଇଁବାସାର କୋଲହାନ୍ ଯିବେ ମୁଖ୍ୟମନ୍ତ୍ରୀ । ସେଠାରେ ଆୟୋଜିତ ବିଜେପିର ପରିବର୍ତ୍ତନ ଯାତ୍ରାରେ ଯୋଗ ଦେବେ ।

ସେପଟେ ଆଗକୁ ଝାଡଖଣ୍ଡ ନିର୍ବାଚନ । ମୁଖ୍ୟମନ୍ତ୍ରୀ ଗସ୍ତର କରୁଥିବା ସ୍ଥାନ ମାନଙ୍କରେ ସଂଖ୍ୟାଧିକ ଓଡିଆ ଭାଷାଭାଷୀ ଲୋକଙ୍କ ସହ ଆଦିବାସୀ ସଂପ୍ରଦାୟ ବସବାସ କରନ୍ତି । ଆଉ ସେଠି ଓଡିଆ ଭୋଟରଙ୍କ ଦବଦବା ବି ରହିଛି । ତେଣୁ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ବୋଧନ ବିଜେପି ପାଇଁ ବେଶ୍ ଫଳପ୍ରଦ ହୋଇପାରେ । ମୁଖ୍ୟମନ୍ତ୍ରୀ ଝାଡଖଣ୍ଡ ଯାଇ ଓଡିଆ ଲୋକମାନେ ସେଡାରେ କିପରି ଅଛନ୍ତି କିଭଳି ତାଙ୍କୁ ସ୍ବାସ୍ଥ୍ୟ, ଶିକ୍ଷା ବ୍ୟବସ୍ଥା ଠିକ୍ ଭାବରେ ଯୋଗାଇ ଦିଆଯାଉଛି କି ନାହିଁ ସେନେଇ ଆଲୋଚନା କରିପାରନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟପକ୍ଷରେ ଗତକାଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ମଧ୍ୟ ଓଡିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ସେ ଝାଡଖଣ୍ଡ ବିଜେପିର ସହପ୍ରଭାରୀ ଅଛନ୍ତି । ତେଣୁ ଝାଡଖଣ୍ଡ ଆଗତ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଛୁଙ୍କ ନେଇ ବେଶ୍ ଚର୍ଚ୍ଚା ।

Leave A Reply

Your email address will not be published.