Latest Odisha News

ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝି, ସପତ୍ନୀକ ଶ୍ରୀଜିଉଙ୍କ ଆଶିଷ ନେଲେ

ପୁରୀ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପତ୍ନୀଙ୍କ ସହ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି।ଆଜି ସନ୍ଧ୍ୟାରେ ବର୍ଷା ସତ୍ତ୍ୱେ ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ରାଜ୍ୟର ମଙ୍ଗଳ କାମନା କରି ପ୍ରାର୍ଥନା କରିଛନ୍ତି।

ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ପହଞ୍ଚିବା ପରେ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ଵାଗତ କରାଯାଇଥିଲା। ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସପି ପିନାକ ମିଶ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ପ୍ରମୁଖ ଏହି ଗସ୍ତ ସମୟରେ ଉପସ୍ଥିତ ଥିଲେ। ଅପରାହ୍ନ ୪ ଟାରେ ତାଙ୍କ ପୁରୀ ଗସ୍ତ ଥିଲେ ମଧ୍ୟ ବର୍ଷା ଯୋଗୁଁ ପ୍ରଥମେ ସେ ସର୍କିଟ ହାଉସରେ ପହଞ୍ଚିଥିଲେ।

ପରେ ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ। ଦର୍ଶନ ପରେ ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଲାଗି ଖଣ୍ଡୁଆ ପ୍ରଦାନ କରାଯାଇଥିଲା।

 

Comments are closed.