Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ତେରଛା ଆକ୍ରମଣ, ନିଶାନାରେ ପୂର୍ବ ସରକାର

ଭୁବନେଶ୍ବର: ଦୁର୍ନୀତି କଥା ଆସିଲେ ନୂଆ ସରକାର ଶୂନ୍ୟ ସହନଶୀଳତା ପାଇଁ ପ୍ରତିଶ୍ରୁତି ବଦ୍ଧ । ସରକାରୀ ବାବୁମାନେ ପୂର୍ବ ସରକାରରେ ଦୁର୍ନୀତିଖୋର ହୋଇଯାଇଥିଲେ । ସବୁ ଦୁର୍ନୀତି ଟଙ୍କାରେ କାହା ସରକାର ଚାଲିଥିଲା ତାହା ସମସ୍ତେ ଜାଣନ୍ତି ବୋଲି କହି ପୂର୍ବ ସରକାରଙ୍କୁ କଟାକ୍ଷ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ରାଜ୍ୟ ଭିଜିଲାନ୍ସ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ କିଛି ଏମିତି କହି ପୂର୍ବ ସରକାରରେ ଯେ କେତେ ଦୁର୍ନୀତି ଚାଲିଥିଲା ତାହା ବଖାଣିଛନ୍ତି ମୁଖ୍ୟମନ୍ତ୍ରୀ ।

ସରକାରୀ ଅଧିକାରୀମାନଙ୍କୁ ଦୁର୍ନୀତି ନିବାରଣ ପାଇଁ ଶପଥ ପାଠ କରାଇବା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦୁର୍ନୀତି ନିବାରଣ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଅଛନ୍ତି । ରାଜ୍ୟ ଭିଜିଲାନ୍ସ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳନ ହେଉଛି । ରାଜ୍ୟରେ ବିଜେପି ସରକାର ଆସିବାରେ ୧୪୦ ଦିନ ହୋଇଛି  । ହେଲେ ଏହାରି ଭିତରେ ୬ ମୁଖ୍ୟଯନ୍ତ୍ରୀଙ୍କ ଠାରୁ ୨୩୩ଟି ପ୍ଲଟ, ୩୨ କୋଠା, ପ୍ରାୟ ୬ କେଜି ସୁନା… ୧୦ କୋଟି ବ୍ୟାଙ୍କ ଡିପୋଜିଟ୍ ଓ ୨୧ ଲକ୍ଷ ନଗଦ ଟଙ୍କା ଜବତ ହୋଇଛି । ଗିରଫ କରି କୋର୍ଟ ପଠାଯାଇଛି । ଆମ ସରକାର ଏଥିରେ ଶୂନ୍ୟ ସହନଶୀଳତା ନୀତି ନେଇ ପ୍ରତିଶ୍ରୁତି ବଦ୍ଧ ।

ପୂର୍ବ ସରକାରଙ୍କ ଦୁର୍ନୀତି କଥା ଉଠାଇ ମୁଖ୍ୟମନ୍ତ୍ରୀ କହିଛନ୍ତି,ପୂର୍ବ ସରକାରରେ ୨୪ ବର୍ଷ ଧରି ଦୁର୍ନୀତି ଚାଲିଥିଲା । ପୂର୍ବରୁ ବିଭିନ୍ନ ପ୍ରକାର ଦୁର୍ନୀତି କରି ଅଧିକାରୀ ମାନେ ଅଚିନ୍ତାରେ ଥିଲେ । ଦୁର୍ନୀତି ଟଙ୍କାକୁ ନିଜ ବ୍ୟକ୍ତିଗତ କାମ ଓ ନିର୍ବାଚନରେ ଲଗାଉଥିଲେ । କିନ୍ତୁ ଆମ ସରକାରରେ ଆଉ ଦୁର୍ନୀତିଖୋରଙ୍କୁ ଘଣ୍ଟ ଘୋଡ଼ାଯିବନି, ସମସ୍ତଙ୍କ ତଦନ୍ତ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଫାଇଭ୍ ଟି ନାଁରେ ଅଧିକାରୀମାନେ ବ୍ୟାପକ ଟଙ୍କା ହେରଫେର କରିଛନ୍ତି । ସମସ୍ତେ ତଦନ୍ତ ପରିସରଭୁକ୍ତ ହେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏଥିସହିତ ଦୁର୍ନୀତି ଖୋରଙ୍କ ସ୍ଥିତି ଏପରି କରିବା ଦରକାର ଯେ, ତାଙ୍କ ମନରେ ଯେମିତି ସବୁବେଳେ ଭୟ ବଜାୟ ରହିବ ବୋଲି ରାଜ୍ୟ ପ୍ରଶାସନକୁ  ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଯେମିତି ଭୁଲ୍ କରୁଥିବା ଲୋକଟି ମନରେ ସଂଶୟ ରହିବ । ଦୁର୍ନୀତି କରୁଥିବା ଅଧିକାରୀଙ୍କ ମନରେ ସବୁବେଳେ ଭୟ ରହିବ, କାଳେ ମୋ ଉପରେ କାହାର ନଜର ନାହିଁ ତ.. । ଏ ସରକାର କେତେବେଳେ ବି ବାନ୍ଧିପାରେ, ସବୁ ବେଳେ ମନେପଡ଼ିବ ବୋଲି କହି ରାଜ୍ୟ ପ୍ରଶାସନକୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.