Latest Odisha News

BREAKING NEWS

କେନ୍ଦ୍ରାପଡ଼ାରେ ବୈଜୟନ୍ତଙ୍କୁ ଟକ୍କର ଦେବେ ସୁପରଷ୍ଟାର୍ ଅନୁଭବ ମହାନ୍ତି, ବିଜେଡ଼ିର ୯ଟି ଲୋକସଭା ଆସନ ପ୍ରାର୍ଥୀ ତାଲିକା ଘୋଷଣା

ଭୁବନେଶ୍ୱର: ବିଜୁ ଜନତା ଦଳ ପକ୍ଷରୁ ବୁଧବାର ସନ୍ଧ୍ୟାରେ ୩ୟ ଓ ୪ର୍ଥ ପର୍ଯ୍ୟାୟ ଲୋକସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷିିତ ହୋଇଛି । ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ପ୍ରାର୍ଥୀ ତାଲିକା ଦଳ ପକ୍ଷରୁ ଘୋଷଣା କରିଛନ୍ତି ।

ଚର୍ଚ୍ଚିତ କେନ୍ଦ୍ରାପଡ଼ା ଆସନରୁ ନବୀନ ସାଂସଦ ତଥା ସୁପରଷ୍ଟାର୍ ଅନୁଭବ ମହାନ୍ତିଙ୍କୁ ପ୍ରାର୍ଥୀ ଭାବେ ଚୟନ କରିଛନ୍ତି । ଏହାଫଳରେ କେନ୍ଦ୍ରାପଡ଼ା ଆସନରେ ବିଜେପି ଟିକଟରେ ନିର୍ବାଚନ ଲଢୁଥିବା ପୂର୍ବତନ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହିତ ଅନୁଭବଙ୍କ ଟକ୍କର ଜୋରଦାର୍ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ବିଜେଡ଼ିର ଘୋଷିତ ୯ଟି ଲୋକସଭା ଆସନ ପ୍ରାର୍ଥୀ ତାଲିକା
୧ – ପୁରୀ – ପିନାକୀ ମିଶ୍ର
୨ – ଭୁବନେଶ୍ୱର – ଅରୁପ ପଟ୍ଟନାୟକ
୩ – କେନ୍ଦ୍ରାପଡ଼ା – ଅନୁଭବ ମହାନ୍ତି
୪ – ଯାଜପୁର – ଶର୍ମିଷ୍ଠା ସେଠୀ
୫ – ସମ୍ବଲପୁର – ନଳିନୀ ପ୍ରଧାନ
୬ – ବାଲେଶ୍ୱର – ରବୀନ୍ଦ୍ର ଜେନା
୭ – ଜଗତସିଂହପୁର – ରାଜଶ୍ରୀ ମଲ୍ଲିକ
୮ – ମୟୁରଭଞ୍ଜ – ଦେବାଶିଷ ମାରାଣ୍ଡି
୯ – ଭଦ୍ରକ – ମଞ୍ଜୁଲତା ମଣ୍ଡଳ

Leave A Reply

Your email address will not be published.