Latest Odisha News

ନୟାଗଡବାସୀଙ୍କୁ BSKY ସ୍ମାର୍ଟ କାର୍ଡ

ନୟାଗଡ : ନୟାଗଡବାସୀଙ୍କୁ ମିଳିବ ସ୍ମାର୍ଟ ସ୍ବାସ୍ଥ୍ୟ ସେବା, BSKY ସ୍ମାର୍ଟ କାର୍ଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ସ୍ବାସ୍ଥ୍ୟ ସେବାରେ ସାମିଲ ହେଲା ନୟାଗଡ ଜିଲ୍ଲା । ଭର୍ଚୁଆଲରେ ନୟାଗଡ ଜିଲ୍ଲା ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ନୟାଗଡବାସୀଙ୍କୁ ୯୯୫ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେଇନ୍ତି ମୁଖ୍ୟମନ୍ତ୍ରୀ । ଭର୍ଚୁଆଲରେ ୧୦୮ଟି ପ୍ରକଳ୍ପର ଶିଳାନ୍ୟାସ ଓ ୧୫୧ଟି ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି । ଏହି ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ନୟାଗଡର ୨ ଲକ୍ଷ ୨୩ ହଜାର ୬୦ ପରିବାର ପାଇବେ । ଏହାଦ୍ବାରା ୭,୭୦,୭୬୭ ଜଣ ହିତାଧିକାରୀ ଉପକୃତ ହେବେ ।

ଏହି ଅବସରରେ ନୟାଗଡବାସୀଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଚନ୍ତି, ମିସନ ଶକ୍ତି ମାଆମାନେ ବହୁତ ଭଲ କାମ କରୁଛନ୍ତି । ରାଜ୍ୟରେ ବିଏସକେଓ୍ବାଇ ସ୍ମାର୍ଟ କାର୍ଡ ଗରିବ ଲୋକଙ୍କ ଦୁଃଖ ଦୂର କରିବ । ସରକାର ଚିକିତ୍ସା କଥା ବୁଝୁଛନ୍ତି । ଆପଣ ସେ ଅର୍ଥ ସଞ୍ଚୟ କରନ୍ତୁ । ସଞ୍ଚିତ ଅର୍ଥ ପିଲାଙ୍କ ପାଠପଢା ଓ ପରିବାରର ବିକାଶ ପାଇଁ ଖର୍ଚ୍ଚ କରନ୍ତୁ ।

Leave A Reply

Your email address will not be published.