ଭୁବନେଶ୍ୱର: ଆଜି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ‘ରଥଯାତ୍ରା’ । ଏହି ଅବସରରେ ସାରା ରାଜ୍ୟରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିବାବେଳେ ଚଳଚଞ୍ଚଳ ହୋଇପଡିଛି ଶ୍ରୀକ୍ଷେତ୍ର ପୁରୀ ।
ଚଳିତ ବର୍ଷ କରୋନା ମହାମାରୀ କଟକଣା ଯୋଗୁଁ ଜନସାଧାରଣଙ୍କୁ ଘରେ ବସି ଟେଲିଭିଜନ ମାଧ୍ୟମରେ ଘୋଷ ଯାତ୍ରା ଦେଖିବାକୁ କୁହାଯାଇଛି ।
ପବିତ୍ର ରଥଯାତ୍ରା ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କରୁଣାରୁ ସମଗ୍ର ବିଶ୍ୱ କରୋନା ମୁକ୍ତ ହେଉ। ଏହି ଅବସରରେ ରାଜ୍ୟବାସୀଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳମୟ ଜୀବନ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି। #RathaJatra #ରଥଯାତ୍ରା pic.twitter.com/EV5DxOFufl
— Naveen Patnaik (@Naveen_Odisha) June 23, 2020
ଏହି ପରିପ୍ରେକ୍ଷୀରେ ଶ୍ରଦ୍ଧାଳୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ।
ଏହି ଉପଲକ୍ଷେ ଆଜି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ପ୍ରଦାନ କରିଛନ୍ତି ।
ପବିତ୍ର #ରଥଯାତ୍ରା ଅବସରରେ ମାନ୍ୟବର ରାଜ୍ୟପାଳ ସାରା ବିଶ୍ଵରେ ଥିବା ଶ୍ରୀଜଗନ୍ନାଥପ୍ରେମୀଙ୍କୁ ଆନ୍ତରିକ ଶୁଭେଛା ଜଣାଉଛନ୍ତି। ଏହି ଯାତ୍ରା ସମାଜରେ ଶାନ୍ତି,ମୈତ୍ରୀ ଓ ଭ୍ରାତୃଭାବର ପ୍ରତିଷ୍ଠା କରୁ ବୋଲି ସେ କାମନା କରିଛନ୍ତି। କରୋନା ବିରୋଧରେ ମାନବ ଜାତିର ଲଢେଇରେ ବିଜୟ ନିମନ୍ତେ ସେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି। pic.twitter.com/BFEu4Ysyc4
— Governor Odisha (@GovernorOdisha) June 23, 2020
ଆହୁରି ମଧ୍ୟ ରାଜ୍ୟପାଳ ଦେଶବାସୀଙ୍କୁ ପବିତ୍ର ‘ରଥଯାତ୍ରା’ର ଶୁଭକାମନା ଜଣାଇଛନ୍ତି ।
ଅଧିକ ପଢନ୍ତୁ: ରଥାରୁଢ ହେଲେ ଚତୁର୍ଦ୍ଧାମୂର୍ତ୍ତି, ଚକା ଆଖି ଦେଖିଲା ଜଗତ
Comments are closed.