Latest Odisha News

BREAKING NEWS

ମାର୍ଗଶୀର ପ୍ରଥମ ଗୁରୁବାରରେ ନବରଙ୍ଗପୁରକୁ ଆସିଲେ ଲକ୍ଷ୍ମୀ, ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ନବରଙ୍ଗପୁର: ମାର୍ଗଶୀର ପ୍ରଥମ ଗୁରୁବାରରେ ନବରଙ୍ଗପୁରକୁ ଆସିଲେ ଲକ୍ଷ୍ମୀ । ନବରଙ୍ଗପୁର ଜିଲ୍ଲାରେ ଆଜିଠାରୁ ଆରମ୍ଭ ହେଲା ଲକ୍ଷ୍ମୀ ବସ ଯୋଜନା । ଭିଡିଓ କନଫରେସିଙ୍ଗ ମାଧ୍ୟମରେ ଯୋଡି ହୋଇ ୪୫ ଟି ଲକ୍ଷ୍ମୀବସର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

5T ସଚିବ ଭିକେ ପଣ୍ଡିଆନଙ୍କ ଅଧକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ପରିବହନ ବିଭାଗ ସଚିବ ଉଷା ପାଢ଼ୀ, ନବରଙ୍ଗପୁର ସାଂସଦ ରମେଶ ମାଝୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଝରୀଗାଁ ବିଧାୟକ ପ୍ରକାଶ ମାଝୀ, ଡାବୁଗାଁ ବିଧାୟକ ମନହର ରନ୍ଧାରୀ, ନବରଙ୍ଗପୁର ଏସଡ଼ିସି ଚେୟାରମ୍ୟାନ ଉପେନ୍ଦ୍ର ଗଣ୍ଡ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଅଭିଭାଷଣ ପ୍ରଦାନ କରିଥିଲେ ।

ନବରଙ୍ଗପୁର ଜିଲ୍ଲାର ଉନ୍ନତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଟି କୋଟି ଟଙ୍କା ବ୍ୟୟରେ ଅନେକ ଯୋଜନା କରିବା ସହ ଏକ ଯୁଗାନ୍ତକାରୀ ପଦକ୍ଷେପ ସ୍ୱରୂପ ନବରଙ୍ଗପୁର ଭଳି ଉପାନ୍ତ ଜିଲ୍ଲାର ଗରିବ ଜନସାଧାରଣଙ୍କ ପାଇଁ ନ୍ୟୁନତାମ ରାଶି ମାତ୍ର ୫ ଟଙ୍କା ଟିକେଟ ଦର ରଖି ଗମନାଗମନର ସୁବିଧା ସକାଶେ ୪୫ ଗୋଟି ଲକ୍ଷ୍ମୀ ବସ ଚଳାଚଳ କରି ନବରଙ୍ଗପୁର ଜିଲ୍ଲା ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଥବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ମଞ୍ଚାସିନ ଅତିଥି ମାନେ ଧନ୍ୟବାଦ ଜଣାଇଥିଲେ।

ନବରଙ୍ଗପୁର ଜିଲ୍ଲାର ୪୫ ଗୋଟି ଲକ୍ଷ୍ମୀ ବସର ଶୁଭାରମ୍ଭ ହେବା ଫଳରେ ଶତାଧିକ ବେରୋଜଗାର ଯୁବକ, ଯୁବତୀ ମାନେ ରୋଜଗାର ପାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ୪୫ ଟି ଲକ୍ଷ୍ମୀ ବସ ପାଇଁ ୧୦୭ ଜଣ କଣ୍ଡକ୍ଟର ନିଯୁକ୍ତି ପାଇଥିବାବେଳେ ଇତି ମଧ୍ୟରେ ୭ ଜଣ ମହିଳା କଣ୍ଡକ୍ଟର ଭାବେ କାର୍ଯ୍ୟ କରିବେ, ଯାହାକି ନବରଙ୍ଗପୁର ଜିଲ୍ଲା ପାଇଁ ପ୍ରଥମ ଘଟଣା । ଏହି କାର୍ଯ୍ୟକ୍ରମ ରେ ୧୦ ହଜାରରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ଯୋଗଦେଇଥିଲେ । ମାନ୍ୟବର ଅତୀଥିଗଣ ଶୁଭାରମ୍ଭ ଅବସରରେ ନବରଙ୍ଗପୁର ବ୍ଲକ ତାରଗାଁକୁ ଲକ୍ଷ୍ମୀ ବସରେ ବସି ଯାଇଥିଲେ।

Leave A Reply

Your email address will not be published.