Latest Odisha News

BREAKING NEWS

ଧଳାରୁ ସବୁଜ ହେଲା ତାଜମହଲ, ଜାଣନ୍ତୁ କ’ଣ ରହିଛି କାରଣ

ନୂଆଦିଲ୍ଲୀ: ବିଶ୍ବର ସପ୍ତମ ଆଶ୍ଚର୍ଯ୍ୟ ଗୁଡିକ ଭିତରୁ ତାଜମହଲ ଗୋଟିଏ । ଏହାକୁ ପ୍ରେମର ପ୍ରତୀକ ବୋଲି କୁହାଯାଉଥାଏ । ଏହାକୁ ଦେଖିବା ପାଇଁ ଦିନକୁ ଅନେକ ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ ଲାଗିଥାଏ । ଏହା ନିଜର ସୌନ୍ଦର୍ଯ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବାବେଳେ ଗତ କିଛି ବର୍ଷ ହେବ ଏହା ଉପରେ ପ୍ରଦୂଷଣର ପ୍ରଭାବ ନେଇ ଏବେ ଚିନ୍ତା ପ୍ରକଟ କରାଯାଉଛି । ପ୍ରେମର ପ୍ରତୀକ ଭାବେ ବିବେଚନା କରାଯାଉଥିବା ତାଜମହଲରେ ପ୍ରଦୂଷଣର ଆଶଙ୍କା ଏବେ ବଢିବାରେ ଲାଗିଛି । ଯାହାକୁ ନେଇ ଏଥର ସୁପ୍ରିମକୋର୍ଟ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି ।

ଭାରତୀୟ ପ୍ରତ୍ନତତ୍ତ୍ବବିତ୍ ବିଭାଗ (ଏଏସଆଇ)ର ଅବହେଳା ଯୋଗୁଁ ତାଜ୍ କ୍ଷତିଗ୍ରସ୍ତ ହେଉଛି । ମଙ୍ଗଳବାର ସୁପ୍ରିମକୋର୍ଟରେ ତାଜମହଲର ଫଟୋ ଦେଖାଇ ଆବେଦନକାରୀ ତଥା ପରିବେଶବିତ୍ ଏମସି ମେହେଟ୍ଟା କହିଛନ୍ତି ଯେ, ପୂର୍ବରୁ ତାଜମହଲର ରଙ୍ଗ ହଳଦିଆ ହୋଇଥିଲା ଏହାପରେ ଏହା ବାଦାମୀ ଏବଂ ଏବେ ଏହା ସବୁଜ ରଙ୍ଗରେ ପରିଣତ ହୋଇଛି ।

ବିଶ୍ୱ ଐତିହ୍ୟର ପରିବର୍ତ୍ତିତ ରଙ୍ଗକୁ ନେଇ ଉଦବେଗ ପ୍ରକାଶ କରି ସୁପ୍ରିମକୋର୍ଟ ମଙ୍ଗଳବାର ମଧ୍ୟ କେନ୍ଦ୍ର ସରକାରଙ୍କୁ ତାଗିଦ୍ କରିଛନ୍ତି । କୋର୍ଟ କହିଛନ୍ତି ଯେ ଏହି ଧଳା ରଙ୍ଗର ସ୍ମାରକୀ ପୂର୍ବରୁ ହଳଦିଆ ହୋଇଯାଇଥିଲା କିନ୍ତୁ ବର୍ତ୍ତମାନ ଏହା ବାଦାମୀ ଏବଂ ସବୁଜ ହେବାରେ ଲାଗିଛି ।

ତାଜମହଲ ହଳଦିଆ ହେବାର ପଛରେ ଏସିଡ୍ ବର୍ଷା ଏବଂ ପ୍ରଦୂଷଣ ମୁଖ୍ୟ କାରଣ ଅଟେ । ତାଜମହଲର ସବୁଜ ରଙ୍ଗ ଏହା ନିକଟରେ ଥିବା ଯମୁନା ନଦୀରେ ପ୍ରଦୂଷଣ ହେତୁ ହୋଇଛି । ବିବିସି ରିପୋର୍ଟ ଅନୁଯାୟୀ, ପରିବେଶବିତ୍ ଙ୍କ ଅନୁଯାୟୀ, ତାଜ ନିକଟ ଦେଇ ପ୍ରଦୂଷିତ ଯମୁନା ନଦୀରେ ବଢୁଥିବା କୀଟମାନେ ଏହି ସ୍ମାରକୀକୁ ବହୁ ପରିମାଣରେ ପ୍ରବେଶ କରୁଛନ୍ତି । ଏହି ତାଜମହଲର ଧଳା ମାର୍ବଲ କାନ୍ଥରେ ସବୁଜ-କଳା ଜନିତ କିଛି ଅଂଶ ଛାଡୁଛନ୍ତି ।

ଏଥି ସହିତ, ଆଗ୍ରାର ଆଖପାଖ କାରଖାନା ଏବଂ ନିକଟସ୍ଥ ତୈଳ ବିଶୋଧନାଗାର ଯୋଗୁଁ ଧଳା ମାର୍ବଲରେ ନିର୍ମିତ କୋଠା ବର୍ଷକୁ ବର୍ଷ ହଳଦିଆ ହୋଇଯାଉଛି । ହଳଦିଆ ରଙ୍ଗ ହଟାଇବା ପାଇଁ ‘ଏସଆଇ’ ‘ମଡ୍ ପ୍ୟାକ୍’ ଅର୍ଥାତ୍ ମୁଲତାନି ମାଟିର ଆସ୍ଥରଣ ପ୍ରୟୋଗ କରୁଛି । ମୁଲତାନି ମାଟିକୁ ପାଣିରେ ମିଶାଇ ପ୍ରସ୍ତୁତ କରାଯାଏ ଏବଂ ତା’ପରେ ଏହାକୁ କାନ୍ଥରେ ଲେପଦିଆଯାଏ । ପଥରରୁ ସମସ୍ତ ମଇଳା ବାହାର କରିବା ପାଇଁ ଏହି ଆବରଣ ଚବିଶ ଘଣ୍ଟା କିମ୍ବା ଅଧିକ ସମୟ ଶୁଖିବାକୁ ଛାଡି ଦିଆଯାଏ ।

ତାଜମହଲ ଦେଖିବାକୁ ପ୍ରତିଦିନ ପ୍ରାୟ ୭୦ ହଜାରରୁ ଉର୍ଦ୍ଧ୍ବ ପର୍ଯ୍ୟଟକ ଆସିଥାନ୍ତି । ଏହି ସ୍ମାରକୀକୁ ୟୁନେସ୍କୋ ବିଶ୍ୱ ଐତିହ୍ୟରେ ଅନ୍ତର୍ଭୁକ୍ତ କରାଯାଇଛି । ତେବେ ତାଜମହଲର ରଙ୍ଗରେ ପରବିର୍ତ୍ତନକୁ ନେଇ ଆବେଦନକାରୀ ତଥା ପରିବେଶବିତ୍ ଏମସି ମେହେଟ୍ଟା ତାଜମହଲର ଫୋଟୋ ଦେଖାଇ ବେଞ୍ଚକୁ କହିଛନ୍ତି ଯେ, ତାଜମଲର ରଙ୍ଗ ଦିନକୁ ଦିନ ବଦଳୁଛି । ତେବେ ଏହାର ପରବର୍ତ୍ତୀ ଶୁଣାଣି ଆସନ୍ତା ମେ’ରେ ହେବ ।

 

Leave A Reply

Your email address will not be published.