ଅନୁଗୋଳ :ଆଜି ଅନୁଗୁଳ ଯିବେ ମୁଖ୍ୟମନ୍ତ୍ରୀ । ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ । ଏଥିସହିତ ଆଜି ୩ କେନ୍ଦ୍ରମନ୍ତ୍ରୀଙ୍କର ମଧ୍ୟ ଅନୁଗୁଳ ଗସ୍ତ କାର୍ଯ୍ୟକ୍ରମ ରହିଛି । ଆଜି ଗୋଟିଏ ଦିନରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସମେତ ୩ କେନ୍ଦ୍ରମନ୍ତ୍ରୀ ଅନୁଗୁଳରେ ଏକାଠି ହେବେ । ଦୁଇ ପ୍ରମୂଖ ଦଳର ଏଇ ତୁଙ୍ଗ ନେତାଙ୍କ ଗୋଟିଏ ଦିନରେ ଗୋଟିଏ ଜାଗାକୁ ଗସ୍ତ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏ ଗସ୍ତ ନିଜ ନିଜ ଶକ୍ତି ପ୍ରଦର୍ଶନ ପାଇଁ କି ? ଆଜି ହେବ କି ଅନୁଗୁଳରେ ହେବ ପାୱାର ଶୋ ?
ଆଜି ରାଜ୍ୟ ମୁଖିଆ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଅନୁଗୋଳ ଗସ୍ତରେ ଯାଉଛନ୍ତି । ଏଥିସହିତ ୩ କେନ୍ଦ୍ରମନ୍ତ୍ରୀ ଯଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଧ୍ୟ ଅନୁଗୋଳ ଗସ୍ତରେ ଯାଉଛନ୍ତି । ସାରା ସହରରେ ଏବେ ପୋଷ୍ଟରମୟ । ଯେମିତି ଦୁଇ ଦଳର କାର୍ଯ୍ୟକ୍ରମକୁ ନେଇ ଏବେ ଏଠି ପୋଷ୍ଟର ୱାର୍ ଚାଲିିଛି ।
ତିନି କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟ ଅନେକ ପ୍ରକଳ୍ପ ଉଦଘାଟନ ଏବଂ ଭୂମିପୂଜନ କରିବାର କାର୍ଯ୍ୟକ୍ରମ ରହିଛି । ଅନୁଗୋଳ ଷ୍ଟେସନରେ ନୂଆ ରେଳ ଲାଇନର ଲୋକାର୍ପଣ କାର୍ଯ୍ୟକ୍ରମ ଥିବା ସହ ନୂତନ ଟ୍ରେନର ଶୁଭାରମ୍ଭ ଏବଂ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ୍ ପାଇଁ ଭୂମିପୂଜନ ରହିଛି।
ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୋଳ ଷ୍ଟାଡିୟମରେ ଆୟାେଜିତ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବ। ସେଠାରେ ଅନେକ ସରକାରୀ ଯୋଜନାରେ ହିତାଧିକାରୀଙ୍କୁ ସହାୟତା ମଧ୍ୟ ପ୍ରଦାନ କରିବେ । ଅନେକ ପ୍ରକଳ୍ପର ଉଦଘାଟନ ସହ ଶିଳାନ୍ୟାସ ମଧ୍ୟ କରିବେ। ପରେ ଅନୁଗୋଳ ରେଳ ଷ୍ଟେସନରେ ରେଳ ବିଭାଗ ପକ୍ଷରୁ ଆୟାେଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।
Comments are closed.