Latest Odisha News

BREAKING NEWS

ମମିତା ପ୍ରସଙ୍ଗରେ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମମିତା ପ୍ରସଙ୍ଗରେ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ । ମମିତା ହତ୍ୟାକାଣ୍ଡର ଯିଏ ଦୋଷୀ, ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ମମିତା ହତ୍ୟା ପ୍ରସଙ୍ଗରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏହି ବିବୃତି ଦେଇଛନ୍ତି। ସେ କହିଛନ୍ତି ଯେ ଏହା ଏକ ଅତି ସମ୍ବେଦନଶୀଳ ଘଟଣା। ମମିତା ମୃତ୍ୟୁକୁ ରାଜନୀତିକରଣ କରାଯାଉଛି ।

ବିନା ଭୟ ଓ ଦ୍ୱନ୍ଦ୍ୱରେ ପୋଲିସ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛି । ଯିଏ ଦୋଷୀ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ଅବସରପ୍ରାପ୍ତ ଜିଲ୍ଲା ଜଜ୍ ତଦନ୍ତ ପ୍ରକ୍ରିୟାର ତଦାରଖ କରିବେ। ହାଇକୋର୍ଟଙ୍କୁ ଏନେଇ ଅନୁରୋଧ କରିଥିଲେ ରାଜ୍ୟ ସରକାର। ଦାୟିତ୍ୱରେ ଯିଏ ବି ଅବହେଳା କରିଥିବ, ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ଗୃହ କାର୍ଯ୍ୟରେ ସହଯୋଗ କରିବା ପାଇଁ ବିରୋଧୀଙ୍କୁ ନିବେଦନ କରିଛନ୍ତି ନବୀନ ।

ମମିତା ହତ୍ୟାକାଣ୍ଡକୁ ୨ ମାସ ହେବାକୁ ବସିଲାଣି।  ମମିତା ପ୍ରସଙ୍ଗକୁ ନେଇ ସାରା ରାଜ୍ୟ ହଇଚଇ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ମୁହଁ ଖେଲିନଥିଲେ। କିନ୍ତୁ ଆଜି ସେ ନିରବତା ଭାଙ୍ଗିଛନ୍ତି।

ମମିତା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ପୋଲିସ ନିକଟରେ ଅପରାଧ ସ୍ୱୀକାର କରିଥିଲା । ମମିତା ମେହେରଙ୍କୁ ହତ୍ୟା କରିଥିବା ଗୋବିନ୍ଦ ମାନିଥିଲା । ଗୋବିନ୍ଦ ସାହୁ ସମେତ ୪ ଜଣଙ୍କୁ ଅଟକ ରଖି ପୋଲିସର ଜେରା କରିଥିଲା । ଗୋବିନ୍ଦଙ୍କ ସହଯୋଗୀ ରାଧେ, ଜେସିବି ଜ୍ରାଇଭର ଓ ଷ୍ଟାଡିୟମ ମୁନ୍‌ସିଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଇଥିଲା ।

Leave A Reply

Your email address will not be published.