Latest Odisha News

BREAKING NEWS

୧୩୨ ବର୍ଷ ପୁରୁଣା ରେକର୍ଡର ପୁନରାବୃତି: ୨ ଟେଷ୍ଟରେ ୪ ଅଧିନାୟକ

ମୁମ୍ବାଇ: ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ୧୩୨ ବର୍ଷ ତଳ ରେକର୍ଡର ପୁନରାବୃତି ଘଟିଛି । ୨ଟି ମ୍ୟାଚରେ ୪ଜଣ ଅଧିନାୟକ ଭାବେ ଦାୟିତ୍ୱ ତୁଲାଇଛନ୍ତି । ପ୍ରଥମ ଟେଷ୍ଟରେ ଅଜିଙ୍କ୍ୟ ରାହାନେ ଏବଂ କେନ ୱିଲିୟମସନ ଅଧିନାୟକ ହୋଇଥିବା ବେଳେ ଦ୍ୱିତୀୟରେ ବିରାଟ କୋହଲି ଏବଂ ଟମ ଲାଥାମ ଦଳର ନେତୃତ୍ୱ ନେଇଛନ୍ତି ।

୧୯୮୮-୮୯ରେ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ସିରିଜରେ ୪ଜଣ ଅଧିନାୟକ ଦାୟିତ୍ୱ ତୁଲାଇଛନ୍ତି । ସେତେବେଳେ ଆବରୀ ସ୍ମିଥ, ଓଭେନ ଡନେଲ ଏବଂ ମଂଟି ବୋଡେନ ଓ ୱିଲିୟମ ମିଲଟନ ଅଧିନାୟକ ହୋଇଥିଲେ ।

Leave A Reply

Your email address will not be published.