Latest Odisha News

ରାଷ୍ଟ୍ରପତି ନିର୍ବାଚନ: ଭୋଟ୍ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ରାଷ୍ଟ୍ରପତି ନିର୍ବାଚନ ପାଇଁ ମଦତାନ ଆରମ୍ଭ ହୋଇଛି । ଦେଶର ସଂସଦ ସହ ପ୍ରତି ରାଜ୍ୟର ବିଧାନସଭାରେ ମତଦାନ ଚାଲିଛି । ଓଡ଼ିଶା ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ମତଦାନ ଚାଲିଛି । ଜଣଙ୍କ ପରେ ଜଣେ ବିଧାୟକ ଆସି ମତ ସାବ୍ୟସ୍ତ କରୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୋଟ୍ ଦେଇଛନ୍ତି ।

ରାଷ୍ଟ୍ରପତି ନିର୍ବାଚନ ଲାଗି ନିର୍ବାଚନ କମିଶନଙ୍କ ପକ୍ଷରୁ ସ୍ୱତନ୍ତ୍ର ବାଲଟ ପେପର୍ ସହ କଲମ ପ୍ରଦାନ କରାଯାଇଛି । ସେହି ବାଲଟ କଲମରେ ଜଣଙ୍କ ପରେ ଜଣେ ବିଧାୟକ ଭୋଟ୍ ଦେଉଛନ୍ତି । ରାଷ୍ଟ୍ରପତି ନିର୍ବାଚନରେ ମିଳିତ ବିରୋଧୀ ଦଳ ପକ୍ଷରୁ ଯଶୱନ୍ତ ସିହ୍ନା ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ନେତୃତ୍ୱାଧୀନ ଏନଡିଏରୁ ପ୍ରାର୍ଥୀ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ ।

ନିର୍ବାଚନରେ ଶ୍ରୀମତୀ ମୁର୍ମୁଙ୍କୁ ବିରୋଧୀ ମଧ୍ୟ ସମର୍ଥନ କରୁଛନ୍ତି । ଆଶା କରାଯାଉଛୀ ଦ୍ରୌପଦୀ ମୁର୍ମୁ ସହଜ ବିଜୟ ହାସଲ କରିବେ । ସନ୍ଧ୍ୟା ୫ଟା ଯାଏ ମତଦାନ ଚାଲିବ । ମତଦାନ ପରେ ଭୋଟ ବକ୍ସକୁ ବିମାନରେ ଦିଲ୍ଲୀ ନିଆଯାଇ ସେଠାରେ ଗଣତି କରାଯିବ ।

Leave A Reply

Your email address will not be published.