Latest Odisha News

BREAKING NEWS

ଶ୍ରାବଣ ସୋମବାର, ଜଳାଭିଷେକ ଲାଗି ଚଳଚଞ୍ଚଳ ଧବଳେଶ୍ୱର ପୀଠ

ଆଠଗଡ଼  : ଶ୍ରାବଣ ମାସର ପ୍ରଥମ ସୋମବାର ପାଇଁ ଆଠଗଡ଼ର ପ୍ରସିଦ୍ଧ ଧବଳେଶ୍ୱର ପୀଠ ଚଳଚଞ୍ଚଳ । ୨ ବର୍ଷର କୋଭିଡ କଟକଣା ପରେ ବାବା ଧବଳେଶ୍ୱରଙ୍କ ପୀଠରେ କାଉଡ଼ିଆଙ୍କୁ ଜଳ ଲାଗି କରିବାର ସୁଯୋଗ ମିଳିଛି । ବାବା ଧବଳେଶ୍ବର ପୀଠରେ ଭୋର ୩ ଟାରୁ ମନ୍ଦିର ଫିଟାଯାଇ ଦର୍ଶନ ଓ ଜଳଲାଗି କରଯାଉଛି ।

ତେବେ ଧବଳେଶ୍ୱର ପୀଠକୁ ବାହୁଙ୍ଗି ନେଇ ଯାଇପାରିବେ ନାହିଁ କାଉଡ଼ିଆ । ଝୁଲାପୋଲ ଦେଇ କେବଳ ପାଣି କଳସ ଓ ଭୋଗ ନେଇ ଯାଇପାରିବେ ବୋଲି ଆଠଗଡ଼ ଦେବତ୍ତର ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ପ୍ରଶାସନ ପକ୍ଷରୁ ଝୁଲାପୋଲ ଠାରୁ ଆରମ୍ଭ କରି ମନ୍ଦିର ବେଢା ପର୍ଯ୍ୟନ୍ତ ସବୁଠି ବ୍ୟାରିକେଟର ବ୍ୟବସ୍ଥା କରଯାଇଛି ।

ପୋଲିସ ପ୍ରଶାସନ ପକ୍ଷରୁ ୩ ପ୍ଲାଟୁନ ଫୋର୍ସ , ୩ ଜଣ ଡି ଏସପି , ୩ ଜଣ ଇନିସପେକ୍ଟର ,୯ ଜଣ ସବ୍ଇନିସପେକ୍ଟରଙ୍କ ସହ ଅନ୍ୟାନ୍ୟ ଅଧିକାରୀ ସୁରକ୍ଷା ଦାୟିତ୍ୱରେ ଅଛନ୍ତି।

Leave A Reply

Your email address will not be published.