Latest Odisha News

ମୋଦୀଙ୍କ ମାଆ ହୀରାବେନଙ୍କ ପରଲୋକରେ ଶୋକବ୍ୟକ୍ତ କଲେ ନବୀନ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରାବେନଙ୍କ ପରଲୋକରେ ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୋଦୀ ଓ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ନବୀନ ।

ଏହାସହିତ ହୀରାବେନଙ୍କ ଶେଷକୃତ୍ୟ କାର୍ଯ୍ୟରେ ଯୋଗ ଦେବା ପାଇଁ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ । ମୋଦୀଙ୍କ ସହିତ ନବୀନଙ୍କ ସମ୍ପର୍କ ଅତି ଘନିଷ୍ଠ ଥିବା ପୂର୍ବରୁ ଦେଖିବାକୁ ମିଳିଛି । ରାଷ୍ଟ୍ରମୁଖ୍ୟ ଓ ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠତା ମୋଦୀଙ୍କ ଓଡ଼ିଶା ଗସ୍ତ ବେଳେ ଦେଖିବାକୁ ମିଳିଥିଲା ।

ପ୍ରଧାନମନ୍ତ୍ରୀଙ୍କ ମାଆଙ୍କ ଶେଷକୃତ୍ୟ ଅତି ନିରାଡମ୍ୱରରେ ସମ୍ପନ୍ନ କରିଛନ୍ତି ମୋଦୀ । ଏହାପରେ ସେ ତୁରନ୍ତ ଏକ ବୈଠକ ପାଇଁ ଅହମ୍ମଦାବାଦ ଯାଇଛନ୍ତି ।

Comments are closed.