Latest Odisha News

BREAKING NEWS

ମାଆଙ୍କ ସଂଘର୍ଷର କାହାଣୀ କହି ଭାବୁକ ହୋଇଥିଲେ ମୋଦୀ, ୬ ସନ୍ତାନଙ୍କୁ କେମିତି ପାଳିଲେ ମାଆ ହୀରାବେନ

ଅହମ୍ମଦାବାଦ: ମାଆ ସିନା ଚାଲିଗଲେ, କିନ୍ତୁ ଶିକ୍ଷା ଦେଇଗଲେ । ସଂଘର୍ଷର ଜୀବନ କେମିତି, ତାହା ଶିଖାଇଥିଲେ ମାଆ । ୧୦୦ ବର୍ଷ ବୟସରେ ଇହଧାମ ତ୍ୟାଗ କଲେ ସେ । ଶରୀର ଅସୁସ୍ଥତା ଓ ବାର୍ଦ୍ଧକ୍ୟରେ ସେ ଥିଲେ ଜର୍ଜରିତ । ଜୀବନ ସଂଗ୍ରାମରେ ବିରାମ ଲଗାଇଲେ ସେ ।

ହୀରବେନଙ୍କ ଥିଲେ ୬ ସନ୍ତାନ । ଦାରିଦ୍ରତା ମଧ୍ୟରେ ବି ସେ ସଂସାର ଆଗକୁ ନେଇଥିଲେ । ସବୁ ସନ୍ତାନଙ୍କୁ ଶିକ୍ଷା ଦେଇଥିଲେ, ବୁଦ୍ଧିରେ କାମ କର । ହୀରାବେନ ମୋଦୀ ବିଶ୍ୱର ସବୁଠାରୁ ଶକ୍ତିଶାଶୀ ରାଜନେତାଙ୍କ ମଧ୍ୟରୁ ଜଣକର ମାଆ ଥିଲେ ।

ମାଆ ଖୁବ ସାହସୀ ଥିଲେ । ଏହି ବୟସରେ ବି ଭୋଟ ଦେବା ପାଇଁ ଲାଇନରେ ଠିଆ ହେଉଥିଲେ । ହୀରାବେନଙ୍କ ଜନ୍ମ ଜୁନ ୧୮ ତାରିଖ ୧୯୨୨ ରେ ଗୁଜରାଟର ମେହସାଣାରେ ହୋଇଥିଲା । ଖୁବ କମ୍ ବୟସରେ ତାଙ୍କର ବିବାହ ହୋଇଥିଲା । ସ୍ୱାମୀ ଦାମୋଦରଦାସ ମୂଲଚାନ୍ଦ ମୋଦୀ ଭଡନଗରଠାରେ ଏକ ଚାହା ଦୋକାନ ଖୋଲିଥିଲେ ।

୫ ପୁଅ ଓ ଗୋଟିଏ ଝିଅ । ପୁଅ ମାନେ ଥିଲେ ଅମୃତ ମୋଦୀ, ପଙ୍କଜ ମୋଦୀ, ନରେନ୍ଦ୍ର ମୋଦୀ, ପ୍ରହ୍ଲାଦ ମୋଦୀ, ସୋମା ମୋଦୀ ଓ ଝିଅ ଥିଲେ ବାସନ୍ତୀ ବେନ୍ ହଂସମୁଖଲାଲ ମୋଦୀ । ତୃତୀୟ ସନ୍ତାନ ଥିଲେ ମୋଦୀ । ୨୦୧୪ରେ ନରେନ୍ଦ୍ର ମୋଦୀ ଭାରତର ପ୍ରଧାନମନ୍ତ୍ରୀ ହେଲେ । ୨୦୧୫ରେ ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କ ସହ ସାକ୍ଷାତକାର ଦେବାବେଳେ ଭାବୁକ ହୋଇପଡିଥିଲେ ମୋଦୀ । ସେତେବେଳେ ମୋଦୀ ନିଜ ମାଆଙ୍କୁ ‘ନିଜ ଜୀବନର ସ୍ତମ୍ଭ’ ବୋଲି କହିଥିଲେ । ୨୦୧୬ରେ ମୋଦୀ ଦିଲ୍ଲୀରେ ନିଜ ସରକାରୀ ବାସଭବନରେ ମାଆଙ୍କ ଭେଟ କଲେ । ସେତେବେଳେ ସାରା ଦୁନିଆ ମୋଦୀଙ୍କ ମାଆ ହୀରାବେନଙ୍କୁ ଦେଖିଥିଲା । ଜଣେ ଦମ୍ଭ ରାଜନେତାଙ୍କ ଦମ୍ଭ ମାଆ କିପରି ସମସ୍ତେ ଜାଣି ପ୍ରଶଂସା କରିଥିଲେ ।

Leave A Reply

Your email address will not be published.