Latest Odisha News

BREAKING NEWS

ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଟ୍ୱିଟ୍ ମାଧ୍ୟମରେ ଶୋକବ୍ୟକ୍ତ କରି ନବୀନ କହିଛନ୍ତି ଯେ, ଦିଲ୍ଲୀପ ଜଣେ ପ୍ରବୀଣ ସାମ୍ବାଦିକ ଥିଲେ ।

ନବୀନ ସ୍ୱର୍ଗତଃ ଶତପଥୀଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ତାଙ୍କର ସମବେଦନ ଜ୍ଞାପନ କରିଛନ୍ତି ।

ଏଠାରେ ଉଲ୍ଲେଖ୍ୟ ଯେ, ଶ୍ରୀ ଶତପଥୀ ଅନେକ ଦିନ ହେଲା ଅସୁସ୍ଥ ରହିଥିଲେ ରବିବାର ଦିନ ଅସୁସ୍ଥତା ହେତୁ ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କର ମୃତ୍ୟୁରେ ଓଡ଼ିଶାର ସାମ୍ବାଦିକ ତଥା ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି ।

ଶ୍ରୀ ଶତପଥୀଙ୍କ ବାଣିଜ୍ୟ ତଥା ଅର୍ଥନୀତି ସମ୍ପର୍କୀୟ ବିଭିନ୍ନ ଉପାଦେୟ ଲେଖା ପାଠକୀୟ ଆଦୃତି ଲାଭ କରିପାରିଥିବା ସହିତ ଏଥିରେ ତାଙ୍କର ଗଭୀର ଜ୍ଞାନ ରହିଥିଲା । ସେ ବିଭିନ୍ନ ଓଡ଼ିଆ ଚ୍ୟାନେଲମାନଙ୍କରେ ଜଣେ ଜଣାଶୁଣା ପ୍ୟାନେଲିଷ୍ଟ ଭାବେ ବିଭିନ୍ନ ଅର୍ଥନୈତିକ ଆଲୋଚନାରେ ଭାଗ ନେଇ ଆସୁଥିଲେ ।

Leave A Reply

Your email address will not be published.