Latest Odisha News

BREAKING NEWS

ଏହିସବୁ ଜିନିଷ ଫ୍ରିଜରେ ରଖୁଥିଲେ ହୋଇଯାଆନ୍ତୁ ସାବଧାନ

ଭୁବନେଶ୍ୱର: ପ୍ରତିଦିନ ବାଜରରୁ ତାଜା ପାରିବା ଆଣିବା ବଦଳରେ ଆମେ ଏକାଥରକେ ଅନେକ ଜିନିଷ କିଣି ଆଣି ଫ୍ରୀଜ୍‌ରେ ରଖିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି, ଏପରି କିଛି ଜିନିଷ ଅଛି ଯାହାକୁ ଆପଣ ଫ୍ରୀଜ୍‌ରେ ରଖିଲେ ଏହା ଖରାପ ହୋଇଯାଏ । ଜାଣନ୍ତୁ କେଉଁ ସବୁ ଜିନିଷକୁ ଫ୍ରୀଜ୍‌ରେ ରଖିବା ଉଚିତ୍‌ ନୁହେଁ…

ବ୍ରେଡ୍‌:

ଅନେକ ଲୋକ ଫ୍ରୀଜ୍‌ରେ ବ୍ରେଡ୍‌ ରଖିଥାନ୍ତି। ଏହା ଖରାପ ହୋଇଯିବା ଡରରେ ଆମେ ଏହାକୁ ଫ୍ରୀଜ୍‌ରେ ରଖିଥାଉ। ତେବେ ଆପଣ ଅନୁମାନ କରିଥିବେ ଫ୍ରୀଜ୍‌ରେ ବ୍ରେଡ୍‌ ରଖିବା କାରଣରୁ ଏହା ଶୁଖି ଯାଇଥାଏ। ତେଣୁ ଏହାକୁ ଖାଇଲେ ଆମେ ସମସ୍ୟାରେ ପଡ଼ିବାର ଆଶଙ୍କା ଥାଏ। ତେବେ ଆପଣ ଏହକୁ ଫ୍ରୀଜ୍‌ରେ ରଖନ୍ତୁ ନାହିଁ।

ସେଓ:

ସମସ୍ତେ ପ୍ରାୟ ଫଳ ସବୁ କିଣି ଆଣିଲା ପରେ ଫ୍ରୀଜ୍‌ରେ ସାଇତିକି ରଖିଥାନ୍ତି। ସବୁ ଫଳ ମଧ୍ୟରୁ ଆମେ ସେଓ ମଧ୍ୟ ଫ୍ରୀଜ୍‌ରେ ହିଁ ରଖିଥାଉ। କିନ୍ତୁ ଆପଣ ଜାଣିଛନ୍ତି କି ଫ୍ରୀଜ୍‌ରେ ସେଓ ରଖିବା ଉଚିତ ନୁହେଁ । ଆଉ ଯଦି ଆପଣ ଏହାକୁ ଫ୍ରୀଜ୍‌ରେ ରଖୁଛନ୍ତି ତାହାଲେ ଏହାକୁ କାଗଜରେ ଗୁଡ଼ାଇ ରଖନ୍ତୁ।
ଏହା ସହ ଆପଣ ମଞ୍ଜି ଥିବା ଫଳ ଫ୍ରୀଜ୍‌ରେ ରଖିବା ଉଚିତ ନୁହେଁ। ଚେରି ଇତ୍ୟାଦିକୁ ମଧ୍ୟ ଫ୍ରୀଜ୍‌ରେ ରଖିବା କଥା ନୁହେଁ। ଏହି ଫଳ ସବୁ ଥଣ୍ଡାରେ ରଖିଲେ ଏଥିରେ ଥିବା ଏନ୍‌ଜାଇମ୍‌ ସକ୍ରୀୟ ହୋଇଥାଏ। ଏବଂ ଏହା ଶୀଘ୍ର ପଚି ଯାଇଥାଏ।

ଅଲିଭ୍‌ ଅଏଲ୍‌:

କମ୍‌ ତାପମାତ୍ରାରେ ଏହାକୁ ଫ୍ରୀଜ୍‌ରେ ରଖିବା ଯୋଗୁ ଏହା ଗାଢ଼ା ହୋଇଯାଇଥାଏ। ଆଉ ଏହା ଖରାପ ହୋଇଯିବାର ମଧ୍ୟ ଅନେକ ଆଶଙ୍କା ଥାଏ। ତେଣୁ ଏହାକୁ ଆପଣ ଫ୍ରିଜ୍‌ରେ ନ ରଖି ବାହାର ତାପମାତ୍ରାରେ ହିଁ ରଖନ୍ତୁ।

ମହୁ:

ଏହା ଅଧିକା ଦିନ ବାହାରେ ରହିଲେ ଖରାପ ହେଇଯିବ ବୋଲି ଭାବି ଆମେ ଫ୍ରୀଜ୍‌ରେ ରଖିଥାଉ। ଯଦି ଆପଣ ଏହାକୁ ଫ୍ରୀଜ୍‌ରେ ରଖୁଛନ୍ତି ତାହାଲେ ଆପଣ ଦେଖିଥିବେ ଏଥିରେ ଛୋଟ ଛୋଟ ବଲ୍‌ ପରି ହୋଇଯାଇଥାଏ। ଯାହା ଦ୍ୱାରା ମହୁ ଶୀଘ୍ର ଖରାପ ହୋଇଯାଇଥାଏ।

ଆଳୁ:


ଆଳୁକୁ ଫ୍ରୀଜ୍‌ରେ ରଖିବା ଉଚିତ ନୁହେଁ। ଏହା ଶୀଘ୍ର ଖରାପ ହୋଇଯିବାର ଅଧିକା ସମ୍ଭାବନା ଥାଏ। ତେଣୁ ଆପଣ ଏହାକୁ ବାହାରେ କାଗଜର ବ୍ୟାଗ୍‌ରେ ରଖିଲେ ଏହା ଭଲ ରହିବ।

ପିଆଜ:

ପିଆଜକୁ ସବୁବେଳେ ସାଧାରଣ ତାପମାତ୍ରାରେ ରଖିବା ଆବଶ୍ୟକ। ପିଆଜକୁ ଫ୍ରୀଜ୍‌ରେ ରଖିବା ଯୋଗୁ ଏହା ନରମ ହୋଇଯାଇ ଥାଏ। ଯାହା ଦ୍ୱାରା ଏହା ଖରାପ ହୋଇଯିବାର ଅଧିକା ଆଶଙ୍କା ଥାଏ।

ଆଚାର:
ଆଚାରରେ ଭିନେଗାର ମିଶା ଯାଇଥାଏ। ତେଣୁ ଏହାକୁ ଆପଣ ଫ୍ରୀଜ୍‌ରେ ରଖିବା ଯୋଗୁ ଫ୍ରୀଜ୍‌ରେ ଥିବା ଅନ୍ୟ ସବୁ ଜିନିଷ ମଧ୍ୟ ଖରାପ ହେଇ ଯିବାର ଅଧିକା ଆଶଙ୍କା ଥାଏ। ତେଣୁ ଏହାକୁ ସାଧାରଣ ତାପମାତ୍ରାରେ ରଖନ୍ତୁ। ଏହା ଅନେକ ଦିନ ପର୍ଯ୍ୟନ୍ତ ତାଜା ରହିବ।

Leave A Reply

Your email address will not be published.