Latest Odisha News

BREAKING NEWS

ଦେବଗଡ଼ ଜିଲ୍ଲାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଦେବଗଡ଼: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଦେବଗଡ଼ ଜିଲ୍ଲାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ୱାରା ଜିଲ୍ଲାର ୨ ଲକ୍ଷ ୭୦ ହଜାର ପରିବାର ଉପକୃତ ହେବେ । ଆଜି ଭିଡିଓ କନଫରେନସିଂ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ଦେବଗଡ଼ ଜିଲ୍ଲା ପାଇଁ ୭୦୭ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତାଘାଟ ଓ ବିଜୁଳି ଆଦି ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି । ଫାଇଭ ଟି ଅଧିନରେ ଦେବଗଡ଼ ଜିଲ୍ଲାର ମଧ୍ୟ ସମସ୍ତ ସରକାରୀ ସ୍କୁଲର ରୂପାନ୍ତର କାର୍ଯ୍ୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ମେଗା ପାଇପ ଲାଇନ୍ ପ୍ରକଳ୍ପ, ୩୦୦ ବେଡ୍ ହସ୍ପିଟାଲ ପାଇଁ ମଧ୍ୟ ଶିଳାନ୍ୟାସ କରିଛନ୍ତି । ଠିକ୍ ସମୟରେ କାମ ସାରିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷ ପରିବାର BSKY ଯୋଜାରେ ସ୍ମାର୍ଟ ହେଲଥ କାର୍ଡ ପାଇଛନ୍ତି । ସେପ୍ୱେମ୍ୱରରୁ ଏଯାଏ ପ୍ରାୟ ୧୦ ହଜାର ହିତାଧିକାରୀ ଏହି କାର୍ଡ ଦ୍ୱାରା ନିଜର ମାଗଣା ଚିକିତ୍ସା କରାଇ ପାରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଚିକିତ୍ସା ପାଇଁ ଏହି କାର୍ଡ ହିଁ ହେବ ସବୁଠାରୁ ବଡ଼ ସାଥି । ଅନ୍ୟ କୌଣସି କାଗଜପତ୍ରର ଆବଶ୍ୟକତାର ପଡ଼ିବ ନାହିଁ । ରାଜ୍ୟର ୯୬ ଲକ୍ଷ ପରିବାରକୁ ଏହି କାର୍ଡ ଯୋଗାଇ ଦିଆଯିବ । ସାଢ଼େ ୩କୋଟି ଲୋକେ ଉପକୃତ ହେବେ ।

Leave A Reply

Your email address will not be published.