Latest Odisha News

BREAKING NEWS

ମାତିଛନ୍ତି ଜଙ୍ଗଲି ହାତୀ ,ଲୋକେ ଛାନିଆ

କଳାହାଣ୍ଡି : ଗାଁ ମୁହାଁ ଜଙ୍ଗଲି ହାତୀ । କଳାହାଣ୍ଡି ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ଅଞ୍ଚଳରେ ଜଙ୍ଗଲି ହାତୀ ମାନଙ୍କ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ରାତିରେ ଗୁଟୁରୁଗୁଡା ଗାଁ ର ଉମରା  ମାଝୀଙ୍କ ଘରେ ହାତୀ ପଶି ଘର ଭାଙ୍ଗିଦେବା ସହ ଘରେ ଥିବା ଖାଦ୍ୟ ସାମଗ୍ରୀ ନଷ୍ଠ କରିଛନ୍ତି।

ଗତ ସେପ୍ଟେମ୍ବର ୨୪ ତାରିଖ ଦିନ ଢେପଗୁଡା ବିଟ୍ ରେ ବେଡାଲ ଖମନ ଗାଁ ରେ ଆମ୍ବତୋଟାରେ ଏକ ମାଇ ହାତୀର ମୃତ୍ୟୁ ଘଟିଥିଲା। ଏହା ପରେ ଜଙ୍ଗଲି ହାତୀ ପଲଙ୍କ ପ୍ରାଦୁର୍ଭାବ ସେହି ଅଞ୍ଚଳରେ ବଢ଼ିବାରେ ଲାଗିଛି। ଅକ୍ଟୋବର ୪ ତାରିଖ ଦିନ କୁମଖାଲ ପଞ୍ଚାୟତ ଡେଲାଙ୍ଗଭଟ୍ଟା ଗାଁ କୁ ବିଳମ୍ବିତ ରାତିରେ ହାତୀପଲ୍ଲ ଆସି ପ୍ରଥମେ ଭଇରା ମାଝୀଙ୍କ ଘରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି କରିଥିଲେ।

ପୁଣି ଏବେ ବନ୍ଧପାରି ପଞ୍ଚାୟତ ନିକଟସ୍ଥ ବୁରୀ ଜଙ୍ଗଲରୁ ବିଳମ୍ବିତ ରାତିରେ ହାତୀ ପଲ୍ଲ ଗାଁ ଭିତରକୁ ପଶି ଅନେକ କ୍ଷୟକ୍ଷତି ଘଟାଉଛନ୍ତି । ଅନେକ ଲୋକଙ୍କ ଫସଲ ଉଜାଡି ଦେଉଥିବା ବେଳେ ଘରଦ୍ୱାର ମଧ୍ୟ ଭାଙ୍ଗି ଦେଉଛନ୍ତି । ଘଟଣା ସ୍ଥଳରେ ବନ ବିଭାଗ ଟିମ୍ ପହଁଚି କ୍ଷୟକ୍ଷତି ଆକଳନ କରିଛି । ଅନ୍ୟପଟେ ଅଞ୍ଚଳରେ ହାତୀଙ୍କ ପ୍ରାଦୁର୍ଭାବ ବଢ଼ିବାରୁ ଲୋକମାନେ ରାସ୍ତାରେ ଯିବା ଆସିବା କରିବା ପାଇଁ ଭୟଭୀତ ହେଉଛନ୍ତି।

Leave A Reply

Your email address will not be published.