Latest Odisha News

BREAKING NEWS

ଜଗତସିଂହପୁର ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଜଗତସିଂହପୁର ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆଲ ଜରିଆରେ ୨୧୫ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏହାରି ଭିତରେ ୧୧ଟି ପ୍ରକଳ୍ପର ଶୁଭ ଉଦଘାଟନ ରହିଥିବା ବେଳେ, ୧୮ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ।

ଜଗତସିଂହପୁର ଜିଲ୍ଲାର ବିକାଶ ଦିଗରେ ରାଜ୍ୟ ସରକାରଙ୍କ ହାତ ଖୋଲା ଅନୁଦାନ ବଳରେ ଜିଲ୍ଲାରେ ଅନେକ ଜନକଲ୍ୟାଣ ପ୍ରକଳ୍ପ ଗଢି ଉଠୁଛି । ଆଉ କିଛି ମେଗା ପ୍ରକଳ୍ପର ଭିତ୍ତିଭୂମି ପଡିବାକୁ ଯାଉଛି । ଜଗତସିଂହପୁର ଜିଲ୍ଲାପାଳଙ୍କ ପଡ଼ିଆରେ ଅନୁଷ୍ଠିତ ଭର୍ଚୁଆଲରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ଓ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଉପସ୍ଥିତ ଥିଲେ । ସେହିପରି ଭର୍ଚୁଆଲରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ଜଳସମ୍ପଦ ଓ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ସାମିଲ ହୋଇଥିଲେ । ଜଗତସିଂହପୁର ଜିଲ୍ଲାରେ ଅନେକ ସେତୁ ସହ ସରକାରୀ କାର୍ଯ୍ୟାଳୟ, କଲେଜ ଘର, ଆଦର୍ଶ ବିଦ୍ୟାଳୟ ଆଦି ନିର୍ମାଣ କରାଯିବ । ଜଗତସିଂହପୁର ଜିଲ୍ଲାର ୪ଟି ନିର୍ବାଚନ ମଣ୍ଡଳୀରେ ଏଭଳି ଅନେକ ପ୍ରକଳ୍ପ ଗଢ଼ି ଉଠିବାର ଲକ୍ଷ୍ୟ ରଖାଯାଇଛି ।

Leave A Reply

Your email address will not be published.