Latest Odisha News

BREAKING NEWS

ସେପ୍ଟେମ୍ୱର ୬ରୁ ଆରମ୍ଭ ଓଜେଇଇ

ଭୁବନେଶ୍ବର : ଆସନ୍ତା ସେପ୍ଟେମ୍ବର ୬ ତାରିଖରୁ ଆରମ୍ଭ ହେବ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ । ପରୀକ୍ଷା ସେପ୍ଟେମ୍ବର ୬ ତାରିଖରୁ ଆରମ୍ଭ ହୋଇ ୧୮ ତାରିଖରେ ଶେଷ ହେବ । ପ୍ରତିଦିନ ତିନିଟି ସିଫ୍ଟରେ ପରୀକ୍ଷା କରାଯିବ । ଏନେଇ ସୂଚନା ଦେଇଛନ୍ତି ଓଜେଇଇ ଅଧ୍ୟକ୍ଷ ସୁଦୀପ ଚାନ୍ଦ ।

କୋଭିଡ୍ ଗାଇଡଲାଇନ୍‌ ଅନୁସାରେ ପରୀକ୍ଷା କରାଯିବ । ପରୀକ୍ଷା କେନ୍ଦ୍ରକୁ ଆସୁଥିବା ଛାତ୍ରଛାତ୍ରୀଙ୍କ ଉପରେ ସ୍ବତନ୍ତ୍ର ନଜର ରଖାଯିବ । ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତା ଉପରେ ଗୁରୁତ୍ବ ଦିଆଯିବ । ତେବେ ପରୀକ୍ଷା ପୂର୍ବରୁ ହଲକୁ ସାନିଟାଇଜ୍ କରାଯିବ । ଗତବର୍ଷ ପରି ଚଳିତବର୍ଷ ପରୀକ୍ଷା ସିବିଟି ମୋଡ୍‌ରେ ହେବ । କେଉଁଦିନ କେଉଁ ପରୀକ୍ଷା ହେବ, ତାହାର ପୂରା ତାଲିକା ଓଜେଇଇ ୱେବସାଇଟରେ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ ଓ୍ବେବସାଇଟ୍‌ରୁ ପରୀକ୍ଷା ସମ୍ପର୍କିତ ସମସ୍ତ ତଥ୍ୟ ଜାଣିପାରିବେ ବୋଲି କହିଛନ୍ତି ଓଜେଇଇ ଅଧ୍ୟକ୍ଷ ।

Leave A Reply

Your email address will not be published.