Latest Odisha News

BREAKING NEWS

ରାଜ୍ୟରେ ଖୋଲିଲା ଆଉ ୨ଟି ପ୍ଲାଜମା ବ୍ୟାଙ୍କ

ଭୁବନେଶ୍ୱର: ରାଜ୍ୟରେ ଖୋଲିଲା ଆଉ ୨ଟି ପ୍ଲାଜମା ବ୍ୟାଙ୍କ । ଏହାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିଛନ୍ତି । ବ୍ରହ୍ମପୁର ଓ ବୁର୍ଲାରେ ନୂଆ ପ୍ଲାଜମା ବ୍ୟାଙ୍କ ଉଦଘାଟିତ ହୋଇଛି ।

ବ୍ରହ୍ମପୁର ଏମ୍‌କେସିଜିରେ ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟିତ ସମୟରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏବଂ ଭୀମସାରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଉପସ୍ଥିତ ଥିଲେ ।

ପ୍ଲାଜମା ଥେରାପି ଏବେ କରୋନା ଆକ୍ରାନ୍ତଙ୍କ ପାଇଁ ବରଦାନ ସଦୃଶ୍ୟ । ତେଣୁ ଏହାକୁ ରାଜ୍ୟର ଅନ୍ୟ ଅଂଚଳରେ ପହଂଚାଇବା ସହ ପ୍ଲାଜମା ଥେରାପିକୁ ଅଧିକରୁ ଅଧିକ ଚିକିତ୍ସା କ୍ଷେତ୍ରରେ ଉପଯୋଗ କରିବାକୁ ରାଜ୍ୟ ସରକର ଚେଷ୍ଟା କରୁଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ସୂଚନା ଯୋଗ୍ୟ ଯେ, ପୂର୍ବରୁ କଟକ, ଭୁବନେଶ୍ୱର ଓ ରାଉରକେଲାରେ ପ୍ଲାଜମା ବ୍ୟାଙ୍କ ହୋଇଥିଲା ।

Comments are closed.