Latest Odisha News

BREAKING NEWS

‘ସୁଜଳ’ ଯୋଜନାର ଶୁଭାରମ୍ଭ, ଉପକୃତ ହେବେ ୧୫ ଲକ୍ଷ ଲୋକ

ଭୁବନେଶ୍ୱର: ରାଜ୍ୟରେ ଡ୍ରିଙ୍କ ଫର୍ମ ଟ୍ୟପ୍ ବା ‘ସୁଜଳ’ ମିଶନର ଶୁଭାରମ୍ଭ ହୋଇଛି । ନବୀନ ନିବାସରୁ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ଟ୍ୟାପ୍ ଯୋଗେ ସହର ଓ ବସ୍ତି ବାସିନ୍ଦାମାନେ ସୁବିଧାରେ ବିଶୁଦ୍ଧ ପାଣି ପାଇପାରିବେ।

ଭୁବନେଶ୍ୱର ଓ ପୁରୀର ୧୨ଟି ଜୋନରେ ଟ୍ୟାପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନେଇ ଆରମ୍ଭ ହୋଇଛି ଯୋଜନା । ଏଥିରେ ଦୁଇ ସହରର ପ୍ରାୟ ୨ ଲକ୍ଷ ଲୋକ ଉପକୃତ ହେବେ । ସେହିପରି ଓମବାଡସି ଓ ରାଜ୍ୟ ପାଣ୍ଠିରୁ ୧୩ ଶହ କୋଟି ଟଙ୍କା ବିନିଯୋଗରେ ରାଜ୍ୟର ୧୫ଟି ସହରରେ ଟ୍ୟାପ୍ ଯୋଗେ ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କାର୍ଯ୍ୟକାରୀ ହେବ ।

ଏଥିରେ ୧୫ ଲକ୍ଷ ଲୋକ ଉପକୃତ ହେବେ । ସେହିପରି ରାଜ୍ୟର ୪ଟି ସହର ଭୁବନେଶ୍ୱର, ପୁରୀ, ରାଉରକେଲା ଓ ବ୍ରହ୍ମପର ଠାରେ ୩ ଲକ୍ଷ ଗୃହ ପାନୀୟ ଜଳ ମିଟର ସଂଯୋଗ ହେବ । ଭୁବନେଶ୍ବର ସାଲିଆ ସାହିରେ ପ୍ରଥମେ ଏହା ଆରମ୍ଭ ହୋଇଛି। ପୁରୀକୁ ବହୁ ପର୍ଯ୍ୟଟକ ଆସୁଥିବାରୁ ସେଠାରେ ମଧ୍ୟ ଆରମ୍ଭ ହୋଇଛି। ଏହା ଦ୍ବାରା ପୁରୀରେ ପ୍ଲାଷ୍ଟିକ ପ୍ରଦୂଷଣ କମିବା ସହ ସମସ୍ତଙ୍କୁ ବିଶୁଦ୍ଧ ପାଣି ଯୋଗାଇବା ଆମର ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମାର୍ଚ୍ଚ ୨୦୨୨ ସୁଦ୍ଧା ସବୁ ସହରାଞ୍ଚଳରେ ପାଇପ୍‌ରେ ପାଣି ମିଳିବ।  ଏ କ୍ଷେତ୍ରରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ହେବ।

Leave A Reply

Your email address will not be published.