Latest Odisha News

BREAKING NEWS

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଦାବି; ୨୦୨୧ ପହିଲାରେ ଆସିପାରେ କରୋନା ଟିକା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ଆସନ୍ତା ବର୍ଷ ତଥା ୨୦୨୧ ମସିହା ପହିଲାରେ କରୋନା ଟିକା ଆସିବାର ସମ୍ଭାବନା ରହିଛି ବୋଲି ପ୍ରକାଶ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ।

ନ୍ୟୁଜ୍ ଏଜେନ୍ସି ଏଏନଆଇର ରିପୋର୍ଟ ମୁତାବକ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମଙ୍ଗଳବାର ଦିନ ମନ୍ତ୍ରୀ ମାନଙ୍କ ସହ ଏକ ବୈଠକ କରିଛନ୍ତି ।

ଏହି ବୈଠକରେ ସେ ପ୍ରକାଶ କରିଛନ୍ତି ଯେ ୨୦୨୧ ପହିଲାରେ ଆମ ପାଖରେ ୧ରୁ ଅଧିକ କରୋନା ଟିକା ରହିଥିବ । ଆମର ବିଶେଷଜ୍ଞ ମାନେ କିପରି ଭାବେ କରୋନା ଟିକା ଦେଶରେ ବିତରଣ କରି ପାରିବେ, ସେନେଇ ରଣନୀତି ମଧ୍ୟ ପ୍ରସ୍ତୁତ କରାଯାଉଛି ।

ସେହିପରି ବିଶ୍ୱ ସ୍ୱାସ୍ଥ୍ୟ ସଂଙ୍ଗଠନ (ଡବ୍ଲ୍ୟୁଏଚଓ)ର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ୍ କହିଛନ୍ତି ଯେ ୨୦୨୦ ଶେଷ ତଥା ୨୦୦୨୧ ପହିଲା ବେଳକୁ ପଞ୍ଜିକରଣ ଲାଗି ଟିକା ପ୍ରସ୍ତୁତ ହୋଇଯିବ । ଏବେ ଆମ ପାଖରେ ଭ୍ୟାକସିନ୍ ପାଇଁ ୪୦ କ୍ୟାଣ୍ଡିଡେଟ୍ ରହିଛନ୍ତି । ଯେଉଁମାନେ କି କ୍ଲିନିକାଲ୍ ଟ୍ରାଏଲର ଅଲଗା-ଅଲଗା ସ୍ତରରେ ରହିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୧୦ଟି ତୃତୀୟ ପର୍ଯ୍ୟାୟରେ ରହିଛି ।

Leave A Reply

Your email address will not be published.