Latest Odisha News

କୋଭିଡ ନିୟମ ମାନିବାକୁ ହାତଯୋଡ଼ି ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : କରୋନା ମହାମାରୀ ସମୟରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ ଭଳି ମହାମାରୀ ସମୟରେ ସାରା ଭାରତ ଏକ କଠିନ ପରିସ୍ଥିତି ମଧ୍ୟରେ ଗତି କରୁଛି । ଏହାକୁ ଏକ ଯୁଦ୍ଧକାଳୀନ ପରିସ୍ଥିତି ବୋଲି କହିଲେ ଭୁଲ ହେବନାହିଁ । କୋଭିଡ ସଂକ୍ରମଣରେ ଭାରତ ଆଜି ବିଶ୍ବରେ ସବୁଠୁ ଆଗରେ ଅଛି । ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ମହାମାରୀରେ ସଂକ୍ରମିତ ହେଉଛନ୍ତି । ଅନେକ ଲୋକଙ୍କ ଜୀବନ ବି ଗଲାଣି । ଦିଲ୍ଲୀ, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ଗୁଜରାଟ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ଼ ଆଦି ରାଜ୍ୟରେ ପରିସ୍ଥିତି ଭୟଙ୍କର ହେଲାଣି । ଏହି ସବୁ ରାଜ୍ୟରେ ମେଡିସିନ୍ ସାଙ୍ଗକୁ ଅକ୍ସିଜେନ୍ ଆଦି ସମସ୍ୟା ଦେଖା ଦେଲାଦେଲାଣି । ବଡ଼ ଦୁଃଖର କଥା ଶ୍ମଶାନରେ ଶବଦାହ ପାଇଁ ଜାଗା ମିଳୁନାହିଁ । ତେଣୁ ଏଭଳି ସ୍ଥିତିରେ ସମସ୍ତେ ନିୟମ ମାନିଲେ କୋଭିଡକୁ ହରାଇ ପାରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତ ଇତିହାସରେ ଏଭଳି ଏକ କଠିନ ପରିସ୍ଥିତି କେବେ ବି ଆସିନଥିଲା । ଏଭଳି ପରିସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା କଥା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟ ଆଲୋଚନା କରିବା ସହ ସେମାନଙ୍କର ବିପତ୍ତି ସମୟରେ ସହଯୋଗର ହାତ ବଢ଼ାଇଛନ୍ତି ନବୀନ । ଆଜି ଓଡ଼ିଶା ୬ଟି ରାଜ୍ୟକୁ ଅକ୍ସିଜେନ ଯୋଗାଉଛି । ଯାହାଦ୍ବାରା ରୋଗୀଙ୍କ ଚିକିତ୍ସାରେ ଏହି ଅକ୍ସିଜେନ୍ ଲାଗିପାରୁଛି ।

ସେହିପରି କରୋନାକୁ ନେଇ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ନବୀନ । କୋଭିଡ ନିୟମକୁ କଡ଼ାକଡ଼ି ଭାବେ ସମସ୍ତେ ମାନନ୍ତୁ ବୋଲି ହାତ ଯୋଡି ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ମାସ୍କ ପିନ୍ଧିବା ସହ ଅତି ଦରକାର ନଥିଲେ ବାହାରକୁ ଯାଆନ୍ତୁ ନାହିଁ । ସାମାଜିକ ଦୂରତାକୁ ମଧ୍ୟ ମାନିବାକୁ ପରାମର୍ଶ ଦେଇଛନ୍ତି । ସେହିପରି ଲକଡାଉନ୍ ଓ ସଟଡାଉନକୁ ସପକ୍ଷରେ ନାହାନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । କାରଣ ଏହା ଆମ ଅର୍ଥନୀତିକୁ ଦୁର୍ବଳ କରିଦେଉଛି । ତେଣୁ ଅର୍ଥନୀତି ସହ ଜୀବନ ରକ୍ଷା କରିବା ଆମ ପାଇଁ ଗୁରୁତ୍ବପୂର୍ଣ୍ଣ । ଯଦି ଆମେ ନିୟମ ମାନିବା, ତେବେ ଆମେ ବିନା ଲକଡାଉନରେ କୋଭିଡ ବିରୋଧରେ ଜିତି ପାରିବା ବୋଲି ରାଜ୍ୟବାସୀଙ୍କ ପରାମମର୍ଶ ଦେଇଚନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.