Latest Odisha News

BREAKING NEWS

ନୀତି ଆୟୋଗ ବୈଠକରେ ରାଜ୍ୟ ଓ ଦେଶର ସ୍ୱାର୍ଥ ସମ୍ୱଳିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନୂଆଦିଲ୍ଲୀ: ନିତି ଆୟୋଗ ବୈଠକରେ ଯୋଗ ଦେଇ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି, ସବୁ ଅପରାଧକୁ ଏବେ ରାଜନୀତିକରଣ କରାଯାଉଛି । ସେହିପରି ନିର୍ବାଚିତ ସରକାରଙ୍କ ପ୍ରତିଟି କାମକୁ ରାଜନୈତିକ ଦୃଷ୍ଟି ଭଙ୍ଗିରେ ଦେଖାଯାଉଛି । ଏସବୁ ଦେଶର ଶାନ୍ତି ଓ ବିକାଶରେ ବଡ଼ ଧରଣର ବାଧକ ।

– ମୁଖ୍ୟମନ୍ତ୍ରୀ କହିଛନ୍ତି, ଏବେ ସମୟ ଆସିଛି ଦେଶ ଏମିତି ନିର୍ବାଚନୀ ବାତାବରଣରୁ ଉପରକୁ ଉଠିବା ଆବଶ୍ୟକ । ନିର୍ବାଚନ ବାତାବରଣରୁ ବାହାରି ନିର୍ବାଚିତ ସରକାରକୁ କାମ କରିବାକୁ ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

– ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲ୍ ବୈଠକରେ ମୁଖ୍ୟମନ୍ତ୍ରୀ ଉଠାଇଛନ୍ତି ସଂସଦ ଓ ବିଧାନସଭାରେ ମହିଳା ସଂରକ୍ଷଣ ପ୍ରସଙ୍ଗ । ନବୀନ କହିଛନ୍ତି, ଜାତୀୟ ଦଳ ମହିଳା ସଂରକ୍ଷଣ କଥା କହୁଛନ୍ତି । କିନ୍ତୁ କାମରେ ଦେଖିବାକୁ ମିଳୁ ନାହିଁ । ଯଦି ଏହାକୁ ପାଳନ କରିବାନାହିଁ ଦେବେ ଆମକୁ ଇତିହାସ କ୍ଷମା ଦେବନି ।

– ଅପପୁଷ୍ଟି, ଯୋଗାଯୋଗ, ଲିଙ୍ଗଗତ ବୈଷମ୍ୟ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । UPSC, NEET, JEE ଭଳି ପରୀକ୍ଷା ଢାଞ୍ଚା ବଦଳିବା ଦରକାର । ଗ୍ରାମାଞ୍ଚଳ ଓ ଗରିବ ପିଲାଙ୍କ ମେଧାକୁ ନଜର ଦିଆଯିବା ଆବଶ୍ୟକ ।

– ଦେଶ ବିକାଶଧାରାରେ ଆଗକୁ ବଢୁଥିଲେ ସମାଜର ଅବହେଳିତ ଓ ଅନଗ୍ରସର ଶ୍ରେଣୀକୁ ପ୍ରାଥମିକତା ଦିଆଯିବା ଉଚିତ । ସେମାନଙ୍କ ପାଇଁ ପ୍ରତିବଦ୍ଧତା ସହ ପଦକ୍ଷେପ ନିଆଯିବା ଆବଶ୍ୟକ । ଏକ୍ଷେତ୍ରରେ ନୀତି ଆୟୋଗର ପ୍ରମୁଖ ଭୂମିକା ରହିଛି ।

– ଅନୁସୂଚିତ ଜନଜାତି ତାଲିକାରେ କିଛି ସମ୍ପ୍ରଦାୟ ସାମିଲ ପ୍ରସଙ୍ଗ ୧୯୭୮ରୁ ପଡ଼ିରହିଛି । ବିନା ନିଷ୍ପତ୍ତିରେ ଦୀର୍ଘବର୍ଷ ଧରି ପକାଇ ରଖିବା ଠିକ ନୁହେଁ ବୋଲି ନବୀନ ପରାମର୍ଶ ଦେଇଛନ୍ତି ।

– ଦେଶରେ ସହଯୋଗମୂଳକ ସଂଘୀୟ ବ୍ୟବସ୍ଥା ଜାରି ରହିବା ଉଚିତ । ଗୁରୁତର ସମସ୍ୟା ବେଳେ କୋରୋନା ମୁକାବିଲା ସମୟ ଭଳି ଜାତୀୟ ଏକତା ରହୁ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ନୀତି ଆୟୋଗ ବୈଠକରେ ଅନେକ ପ୍ରସଙ୍ଗ ଉଠୁଛି । ନୀତି ଆୟୋଗର ପଦକ୍ଷେପ ସମସ୍ତେ ଜାଣିବା ଉଚିତ । ଏହା ବ୍ୟତୀତ ଆଜି ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲ୍ ବୈଠକରେ ଓଡ଼ିଶାର ସ୍ୱାର୍ଥ ନେଇ ବିଭିନ୍ନ ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରେଳବାଇ, ବ୍ୟାଙ୍କିଂ, ଟେଲିକମ୍, କେନ୍ଦ୍ରୀୟ ଅନୁଦାନ ହ୍ରାସ, ସ୍ୱତନ୍ତ୍ର ଫୋକସ୍ ରାଜ୍ୟ ଓ ଅଷ୍ଟମ ପରିଚ୍ଛେଦରେ ଗୁରୁତ୍ୱପୂର୍ଣ୍ଣ ଭାଷା ସାମିଲ କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.