Latest Odisha News

BREAKING NEWS

‘ପରୀ’ ହତ୍ୟା ମାମଲାର SIT ତଦନ୍ତ: ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନୟାଗଡ଼ର ନିଷ୍ପାପ ଶିଶୁ କନ୍ୟା ପରୀ ହତ୍ୟା ମାମଲାର ସ୍ପେଶାଲ୍ ଇନଭେଷ୍ଟିଗେସନ୍ ଟିମ୍ ବା ଏସଆଇଟି ତଦନ୍ତ କରିବ । ଏସଆଇଟି ସ୍ତରୀୟ ତଦନ୍ତ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଭିଡିଓ କନଫରେନନ୍ସିଂରେ ବିଧାନସଭାରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ପରୀ ହତ୍ୟା ମାମଲାକୁ ନେଇ ରାଜ୍ୟରେ ତମ୍ବିତଫାନ । ରାଜରାସ୍ତାରୁ ବିଧାନସଭା କମ୍ପୁଛି । ସରକାର ପ୍ରଥମେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ କହିଥିଲେ । ପରୀକୁ ନ୍ୟାୟ ଦେବା ପାଇଁ ବିରୋଧର ସ୍ୱର ତେଜିବା ସହ ବିରୋଧୀ ଏସଆଇଟି ତଦନ୍ତ ଦାବି କରିଥିଲେ । ଏହାକୁ ଦୃଷ୍ଟିରେ ରଖି ଏସଆଇଟି ସ୍ତରୀୟ ତଦନ୍ତ ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.