Latest Odisha News

ସରିଲା ରଥଯାତ୍ରା: ସେବାୟତ, ପ୍ରଶାସନ ଓ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ଅନୁମତି ପରେ କରୋନା କଟକଣା ଭିତରେ ସୁରୁଖୁରୁରେ ସରିଲା ରଥଯାତ୍ରା । ନବ ଦିନାତ୍ମକ ରଥଯାତ୍ରା ଶେଷ କରି ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀମନ୍ଦିରରେ ଫେରିବା ପରେ ଟୁଇଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରଥଯାତ୍ରାରୁ ନୀଳାଦ୍ରି ବିଜେ ପର‌୍ୟ୍ୟନ୍ତ ସମସ୍ତ ଆୟୋଜନ ଶୃଙ୍ଖଳିତ ହୋଇଛି । ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସେବାୟତ, ପ୍ରଶାସନ ଓ ରାଜ୍ୟବାସୀଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି । ସବୁ ସେଇ ଲୀଳାମୟଙ୍କ ଇଛା ବୋଲି ଟୁଇଟ କରି ଲେଖିଛନ୍ତି ନବୀନ ।

ଏପଟେ ରଥଯାତ୍ରାର ସୁରୁଖୂୁରୁରେ ଶେଷ ହୋଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟସେବକ ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଗଜପତି ଦିବ୍ୟସିଂହ ଦେବ । ମହାପ୍ରଭୁଙ୍କ ଦୟାରୁ ରଥଯାତ୍ରା ସଂପନ୍ନ ହୋଇଛି । ଏଥିପାଇଁ ସେବାୟତ, ମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.