Latest Odisha News

BREAKING NEWS

ଗୋପାଳପୁର ହୋଟେଲ ସିଲ୍ ଘଟଣା: କ୍ଷମା ପ୍ରାର୍ଥନା କଲେ ମେ’ ଫେୟାର ଗ୍ରୁପ ଅଧ୍ୟକ୍ଷ ଦିଲ୍ଳୀପ ରାୟ

ଭୁବନେଶ୍ୱର: ଗୋପାଳପୁର ହୋଟେଲ ମେ’ ଫେୟାର ସିଲ୍ ହେବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀପ ରାୟ । ମେ’ ଫେୟାର ହୋଟେଲ ଗ୍ରୁପର ଅଧ୍ୟକ୍ଷ ଭାବେ ସେ ପ୍ରଶାସନର ପଦକ୍ଷେପକୁ ସ୍ୱାଗତ କରିଛନ୍ତି । ମେ’ ଫେୟାର ପକ୍ଷରୁ କୋଭିଡ ନିୟମର ଉଂଲ୍ଲଘନ କରାଯାଇଥିବାରୁ ସେ କ୍ଷମା ପ୍ରାର୍ଥନା କରିଛନ୍ତି ।

ଗତକାଲି ଗୋପାଳପୁର ସ୍ଥିତ ମେ’ ଫେୟାର ହୋଟେଲରେ ବ୍ରହ୍ମପୁରର ଜଣେ ବ୍ୟବସାୟରଙ୍କ ପୁଅ ବାହାଘର ଆୟୋଜନ ହୋଇଥିଲା । ତେବେ ଏହି ବିବାହା ଉତ୍ସବରେ କୋଭିଡ ନିୟମ ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଥିଲା । ଏହାପରେ ଜିଲ୍ଲା ପ୍ରଶାସନ ହୋଟେଲକୁ ସିଲ୍ କରିଥିଲା। ବିବାହା ଉତ୍ସବରେ ବରଯାତ୍ରୀ ମାସ୍କ ପିନ୍ଧିନଥିଲେ କି ସାମାଜିକ ଦୂରତା ମଧ୍ୟ ନଥିଲା । ଏହି ଘଟଣାରେ ଗଂଜାମ ଜିଲ୍ଲା ପ୍ରଶାସନ ବର ଓ କନ୍ୟା ପକ୍ଷ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ନେବା ସହ ହୋଟେଲକୁ ସିଲ କରିଦେଇଛି ।

Leave A Reply

Your email address will not be published.