ଭୁବନେଶ୍ୱର: କରୋନା ଅନେକଙ୍କ ଜୀବନଜୀବିକା ଉପରେ ପ୍ରଭାବ ପକାଇଛି । ରାଜ୍ୟରେ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି ଉଠା ଦୋକାନୀ । ଆଜି ସେମାନଙ୍କୁ କୋଭିଡ୍ ସହାୟତା ବାଣ୍ଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନଙ୍କୁ ୩ ହଜାର ଟଙ୍କା ଲେଖାଏ ସହାୟତା ରାଶି ବଣ୍ଟର ଆଜି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଭର୍ଚୁଆଲରେ ଦିନ ସାଢ଼େ ୧୧ଟାରେ ସହାୟତା ପ୍ରଦାନ କରାଯିବ ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଐତିହାସିକ ପଦକ୍ଷେପ ସ୍ବରୂପ ରାଜ୍ୟର ୧ ଲକ୍ଷ ୧ ହଜାର ପଥପାର୍ଶ୍ବ ବିକାଳିଙ୍କ (ଷ୍ଟ୍ରିଟ୍ ଭେଣ୍ଡର) ପାଇଁ ୩ ହଜାର ଟଙ୍କା ଲେଖାଏଁ ସ୍ବତନ୍ତ୍ର କୋଭିଡ୍ ସହାୟତା ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। #OdishaCares @HUDDeptOdisha pic.twitter.com/RORouH6s9e
— I & PR Department, Odisha (@IPR_Odisha) December 24, 2021
ରାଜ୍ୟର ୫ ମହାନଗର ନିଗମ ଭୁବନେଶ୍ୱର ସମେତ କଟକ, ସମ୍ୱଲପୁର, ବ୍ରହ୍ମପୁର, ରାଉରକେଲାରେ ସହାୟତା ପ୍ରଦାନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଏହାଦ୍ୱାରା ରାଜ୍ୟର ୧ ଲକ୍ଷ ୧ ହଜାର ପଥପାର୍ଶ୍ୱ ଉପକୃତ ହେବେ । ପର୍ଯ୍ୟାୟକ୍ରମେ ସାରା ରାଜ୍ୟରେ ଉଠା ଦୋକାନୀଙ୍କୁ ସହାୟତା ରାଶି ପ୍ରଦାନ କରାଯିବ ।
Comments are closed.