Latest Odisha News

BREAKING NEWS

ଆଜି ରାଜ୍ୟରେ କୋଭିଡ୍ ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଅପରାହ୍ଣରେ ରାଜ୍ୟରେ କୋଭିଡ୍ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାଢ଼େ ୫ଟାରେ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିବେ । ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟ କମିଶନର, ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ ।

ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୫ ହଜାର ମୁହାଁ ହୋଇଛି । ୯ଟି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଶହେରୁ ଅଧିକ ହେଲାଣି । ଖୋର୍ଦ୍ଧା, ସୁନ୍ଦରଗଡ଼ ଓ ସମ୍ୱଲପୁର ଜିଲ୍ଲାରେ ପଜିଟିଭିଟି ରେଟ୍ ୧୦ ପ୍ରତିଶତ ଉପରେ ରହୁଛି । ସଂକ୍ରମଣ ଉପରମୁହାଁ ହେଉଥିବା ବେଳେ ଆଜି ସ୍ଥିତି ବାବଦରେ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କୁ ଅପଡେଟ୍ କରାଇବେ ।

ଗତ ୪ ତାରିଖରେ ରାଜ୍ୟରେ କୋଭିଡ୍ ସ୍ଥିତି ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ । ୧୦ ଦିନ ଭିତରେ ସବୁ ସରକାରୀ ଓ ବେସରକାରୀ କୋଭିଡ୍ ହସ୍ପିଟାଲକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଦ୍ୱିତୀୟ ଲହର ମୁକାବିଲା ବେଳେ ଯେତିକି ବେଡ୍ ଓ ଆଇସିୟୁ ବ୍ୟବସ୍ଥା ହୋଇଥିବା ସେତିକି ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ କହିଥିଲେ ମୁଖ୍ୟମନ୍ତ୍ରୀ । ସେହିପିର ଲୋକଙ୍କ ଜୀବିକା ଉପରେ ପ୍ରଭାବ ନପକାଇବା ଭଳି କଟକଣା ଜାରି କରିବାକୁ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.