Latest Odisha News

BREAKING NEWS

ଖୋର୍ଦ୍ଧା, ସୁନ୍ଦରଗଡ଼ ଓ ସମ୍ୱଲପୁରରେ ସଂକ୍ରମଣ ହାର ଜାତୀୟ ହାରଠାରୁ ବି ଅଧିକ

ଭୁବନେଶ୍ୱର: ରାଜ୍ୟରେ କରୋନା ଗ୍ରାଫ ଉପରମୁହାଁ । ଦୈନିକ ସଂକ୍ରମଣ ପାଞ୍ଚ ହଜାର ମୁହାଁ ହୋଇଛି । ସଂକ୍ରମଣର ଟପ୍ ଥ୍ରୀ ଜିଲ୍ଲାରେ ରହିଛି ଖୋର୍ଦ୍ଧା, ସୁନ୍ଦରଗଡ଼ ଓ ସମ୍ୱଲପୁର ଜିଲ୍ଲା । ଏସବୁ ଜିଲ୍ଲାରେ ପଜିଟିଭ୍ ହାରି ଅଧିକ ରହିଛି । ରାଜ୍ୟରେ ପଜିଟିଭ୍ ହାର ୬.୭୨ ପ୍ରତିଶତ ରହିଛି । ଖୋର୍ଦ୍ଧାରେ ସର୍ବାଧିକ ୧୬.୨ ପ୍ରତିଶତ ରହିଛି ସଂକ୍ରମଣ ହାର । ସେହିପରି ସମ୍ୱଲପୁରରେ ୧୪ ପ୍ରତିଶତ ଓ ସୁନ୍ଦରଗଡ଼ରେ ୧୩.୫ ପ୍ରତିଶତ ରହିଛି ପଜିଟିଭିଟି ରେଟ୍ ।

ପଜିଟିଭିଟି ରେଡ୍ ଜୋନରେ ରହିଛି ଖୋର୍ଦ୍ଧା , ସମ୍ୱଲପୁର ଓ ସୁନ୍ଦରଗଡ଼ ଜିଲ୍ଲା । ଏହି ତିନି ଜିଲ୍ଲାରେ ସଂକ୍ରମଣ ହାର ଜାତୀୟ ହାରଠାରୁ ବି ଅଧିକ ରହିଛି । ଦେଶରେ ପଜିଟିଭ୍ ହାର ରହିଛି ୧୩.୨୯ ପ୍ରତିଶତ । ସେହିପରି ପୁରୀ, କଟକ ଓ ବଲାଙ୍ଗିର ଜିଲ୍ଲା ପଜିଟିଭିଟିରେ ୟେଲୋ ଜୋନରେ(୫-୭.୫%) ଅଛନ୍ତି ।

ଖୋର୍ଦ୍ଧା ଓ ସୁନ୍ଦରଗଡ଼ରେ ବଢୁଛି ଆକ୍ଟିଭ୍ କେସ୍ । ଏହି ଦୁଇ ଜିଲ୍ଲା ଆକ୍ଟିଭ୍ କେସ୍ ରେଡ୍ ଜୋନକୁ ଯାଇଛି । ଖୋର୍ଦ୍ଧାରେ ବର୍ତ୍ତମାନ ୬୪୯୬ ଓ ସୁନ୍ଦରଗଡ଼ରେ ୨୦୬୦ କରୋନା ସକ୍ରିୟ ମାମଲା ରହିଛି । ସମ୍ୱଲପୁର ଜିଲ୍ଲା ଏବେ ଆକ୍ଟିଭ୍ କେସ୍ ୟେଲୋ ଜୋନରେ ରହିଛି ।

Leave A Reply

Your email address will not be published.