Latest Odisha News

BREAKING NEWS

ଆସନ୍ତାକାଲି ପୁରୀ ଯିବେ ମୁଖ୍ୟମନ୍ତ୍ରୀ ; ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର କରିବେ ଶିଳାନ୍ୟାସ

ପୁରୀ : ଆସନ୍ତାକାଲି ପୁରୀ ଯିବେ ମୁଖ୍ୟମନ୍ତ୍ରୀ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯୋଜନାର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାଲି ସକାଳ ୭ ଟାରୁ ୯ ଟା ମଧ୍ୟରେ ସୂର୍ଯ୍ୟପୂଜା,ଅଗ୍ନିପୂଜା ଓ ଯଜ୍ଞ ବିଧି ସମ୍ପନ୍ନ ହେବ। ସକାଳ ୯.୩୦ ରେ ପୁରୀ ରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ୧୦ ଟା ୧୫ ରୁ ସାଢେ ଦଶଟା ମଧ୍ୟରେ ଶିଳା ସ୍ଥାପନା ପୂଷ୍ପାଞ୍ଜଳି ସହ ପୂର୍ଣ୍ଣାହୂତି ଦିଆଯିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗଦେବା ସହ ଜମି ପ୍ରଦାନ କରିଥିବା ଲୋକଙ୍କୁ ସମ୍ମାନୀତ କରିବେ । ଏନେଇ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶ ଦାତା ମାନସ ମଙ୍ଗରାଜ, ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ପୁରୀ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜ,ରାଜ୍ୟ ମନ୍ତ୍ରୀ ମଣ୍ଡଳର ସମସ୍ତ ସଦସ୍ୟ ,ପୁରୀର ସମସ୍ତ ବିଧାୟକ ଓ ସାଂସଦ ଯୋଗଦେବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ୨୫ ପ୍ଲାଟୁନ ପୋଲିସ ଫୋର୍ସ , ୩ଜଣ ଅଥିରିକ୍ତ ଏସପି ,୧୦ ଜଣ ଡିଏସପି ,୪୦ ଜଣ ଇନସ୍ପେକ୍ଟର ଓ ୧୦୦ ରୁ ଅଧିକ ଅଫିସର ମୃତୟନ ହୋଇଛନ୍ତି ବୋଲି ଏସପି କହିଛନ୍ତି।

ସେହିପରି ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ ସତ୍ତ୍ୱେ ଶ୍ରୀମନ୍ଦିର ରେ ଦର୍ଶନ ବନ୍ଦ ହେବ ନାହିଁ। ଭକ୍ତ ଆସନ୍ତା କାଲି ସବୁଦିନେ ଭଳି ଶ୍ରୀମନ୍ଦିର ସିଂହ ଦ୍ୱାର ଦେଇ ପ୍ରବେଶ କରିବେ। ତେବେ ଉତ୍ତର ଦ୍ୱାର ପରିବର୍ତେ ଶ୍ରୀମନ୍ଦିର ସିଂହ ଦ୍ୱାର ଭକ୍ତ ମାନେ ପ୍ରସ୍ଥାନ କରିବେ। ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବା ପରେ ପୂର୍ଵ ବ୍ୟବସ୍ଥା ମୁତାବକ ଉତ୍ତର ଦ୍ୱାର ଦେଇ ଭକ୍ତ ପ୍ରତ୍ୟବର୍ତନ କରିବେ । ବଡ଼ ଦାଣ୍ଡ ମେଡ଼ିକାଲ ଛକ ରୁ ଶ୍ରୀମନ୍ଦିର ଯାଏ ରାସ୍ତା ର ଉଭୟ ପାର୍ଶ୍ୱ ରେ ବ୍ୟାରିକେଡ ଲଗାଯାଇଛି। ସକାଳୁ ଦିନ ୧୨ଟା ଯାଏ ମେଡ଼ିକାଲ ଛକ ରୁ ଶ୍ରୀମନ୍ଦିର ଯାଏ ସମସ୍ତ ଦୋକାନ ବଜାର ବନ୍ଦ ରହିବ ।

Comments are closed.