Latest Odisha News

ଆଜି ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପର କରିବେ ଶିଳାନ୍ୟାସ  

ଭୁବନେଶ୍ୱର : ଆଜି ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ, କବିସୂର୍ଯ୍ୟନଗର ଏବଂ ଛତ୍ରପୁର ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି  । ଗସ୍ତ ସମୟରେ ଏହି ତିନିଟି ବ୍ଲକରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପ ପାଇଁ ଶୁଭ ଦେବା ସହିତ ମିଶନ୍ତ ଶକ୍ତି ଗୋଷ୍ଠୀଙ୍କୁ ସହାୟତା ରାଶି ବାବଦ ଚେକ୍‌‌ ପ୍ରଦାନ କରିବେ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟସୂଚୀ ଅନୁସାରେ, ଭୁବନେଶ୍ୱର ବିମାନବନ୍ଦରରୁ ହେଲିକପ୍ଟର୍ ଯୋଗେ ଯାତ୍ରା ଆରମ୍ଭ କରି ୧୧ଟା ସମୟରେ କବିସୂର୍ଯ୍ୟନଗର ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ସଭାସ୍ଥଳରେ ଅବତରଣ କରିବେ। ସେଠାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ମିଶନ୍‌‌ ଶକ୍ତି ଗୋଷ୍ଠୀଙ୍କୁ ଆର୍ଥିକ ସହାୟତା ଚେକ୍‌‌ ପ୍ରଦାନ ଏବଂ ଭୂମିହୀନ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରିବା ସହ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ । ଏହାପରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଅପରାହ୍ନ ୧୨.୧୦ରେ ହିଞ୍ଜିଳିକାଟୁରେ ପହଞ୍ଚି ସେଠାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହିତ ମିଶନ୍‌‌ ଶକ୍ତି ଗୋଷ୍ଠୀଙ୍କୁ ଚେକ୍‌‌ ପ୍ରଦାନ ସହ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ ଓ ମିଶନ୍‌‌ ଶକ୍ତି ଫାର୍ମ ଫ୍ରେଶ୍‌‌ ବ୍ୟାଟେରୀଚାଳିତ ଗାଡ଼ିର ଶୁଭାରମ୍ଭ କରିବେ।

ହିଞ୍ଜିଳିକାଟୁରେ ନିଜ କାର୍ଯ୍ୟକ୍ରମ ସାରି ଅପରାହ୍ନ ୩ଟାରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଛତ୍ରପୁର ସଭାସ୍ଥଳ ନିକଟରେ ଅବତରଣ କରିବେ। ସେଠାରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହିତ ମିଶନ୍‌‌ ଶକ୍ତି ଗୋଷ୍ଠୀଙ୍କୁ ଚେକ୍‌‌ ପ୍ରଦାନ କରିବେ। ଏଥିସହ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରିବେ। ଏହାପରେ ଅପରାହ୍ନ ୪ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଲିକପ୍ଟର୍ ଯୋଗେ ଛତ୍ରପୁରରୁ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡ଼ିଛି।ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ସମସ୍ତ ମନ୍ତ୍ରୀ ଓ ବିଧାୟକ ଉପସ୍ଥିତ ରହିବେ ବୋଲି ସୂଚନା ରହିଛି  । ତେବେ ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ଗସ୍ତକୁ ଦୃଷ୍ଟିରେ ରଖି ୩ଟି ସ୍ଥାନରେ ମୁତୟନ ରହିବେ ୪୮ ପ୍ଲାଟୁନ ପୋଲିସ ଫୋର୍ସ । ଗଞ୍ଜାମ ଏସପି ଏବଂ ଜିଲ୍ଲାପାଳ ସମସ୍ତ କାର୍ଯ୍ୟକ୍ରମର ତଦାରଖ କରିଛନ୍ତି ।

 

Leave A Reply

Your email address will not be published.