Latest Odisha News

ଆଜି ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ । କରୋନା ପରେ ସର୍ବସାଧାରଣ ଦର୍ଶନ ପାଇଁ ଶ୍ରୀମନ୍ଦିର ଖୋଲିବା ପରେ ଏହା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ପୁରୀ ଗସ୍ତ । ପୂର୍ବରୁ ପୁରୀ ଯାଇ ଉନ୍ନତିମୂଳକ ଓ ସୌନ୍ଦର୍ଯ୍ୟକରଣ କାମର ଅନୁଧ୍ୟାନ କରିଥିଲେ ମୁଖ୍ୟମନ୍ତ୍ରୀ । ସେତେବେଳେ ଦର୍ଶନ କଟକଣା ଥିବାରୁ ସିଂହଦ୍ୱାର ନିକଟରୁ ପତିତପାବନଙ୍କୁ ଦର୍ଶନ କରିଥିଲେ ।
ସେହିପରି ଶ୍ରୀମନ୍ଦିର ବାଇ ଲ’କୁ ନେଇ ବିବାଦ ଭିତରେ ଆଜି ମୁଖ୍ୟମନ୍ତ୍ରୀ ପୁରୀ ଯାଉଛନ୍ତି । ଜାତୀୟ କିର୍ତ୍ତୀରାଜି କର୍ତ୍ତୃପକ୍ଷ (NMA) ଶ୍ରୀମନ୍ଦିର ଉପରେ ପ୍ରସ୍ତୁତ କରିଥିବା ଐତିହ୍ୟ ବାଇ-ଲ’କୁ ଅସନ୍ତୋଷ ପ୍ରକାଶ ପାଇଛି । ବାଇ ଲ’ ପ୍ରତ୍ୟାହାର ଲାଗି କେନ୍ଦ୍ରକୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଏଭଳି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତରେ କଣ କହିବେ ତାଉପରେ ବି ନଜର ରହିଛି ।

Leave A Reply

Your email address will not be published.